Home national news oriya ସଦାଶିବଙ୍କ ଆରାଧନାରୁ ସମାଜ କଲ୍ୟାଣ ହୁଏ

ସଦାଶିବଙ୍କ ଆରାଧନାରୁ ସମାଜ କଲ୍ୟାଣ ହୁଏ

6
0

Source :- ODIA PUA

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକ ପକ୍ଷରୁ ଜାଗର ଉପଲକ୍ଷେ ଭଦ୍ରକର ପ୍ରଧାନ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ଧାମରେ ସ୍ଥାନୀୟ ଷ୍ଟ୍ରଷ୍ଟ ପକ୍ଷରୁ ଏକ ଅସ୍ଥାୟୀ ମଣ୍ଡପରେ ସଦାଶିବଙ୍କ ତଥ୍ୟ, ତତ୍ୱ ଓ ଗୁଣ ଗାରିମା ଉପରେ ଏକ ଆଧ୍ୟାତ୍ମିକ ମଂଚ ପ୍ରଚାର ସମିତିର ମୁଖ୍ୟ ପଣ୍ଡିତ ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଚାର ସମିତିର ମୁଖ୍ୟ ଆବାହକ ସେବକ ଶରତ କୁମାର ସାହୁ, ସହ ଆବାହକ ବାବୁଲାଲ ଦାସ ଓ ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ପ୍ରବଚକ ପଣ୍ଡିତ ଲଳିତ ମୋହନ ମିଶ୍ର, ତପସ୍ୱିନୀ ପାଢ଼ୀ ଯୋଗଦାନ କରି ଶୈବ ସଂସ୍କୃତିରେ ପୂଜ୍ୟ ପୂଜାର ବ୍ୟତିକ୍ରମ ହେଲେ ସମାଜରେ ଦୁର୍ଭିକ୍ଷ, ମରଣ ଓ ଭୟ ଜାତହୁଏ ବୋଲି ବକ୍ତବ୍ୟରେ ବକ୍ତାଗଣ ପ୍ରତିପାଦିତ କରିଥିଲେ। ସମିତି ପକ୍ଷରୁ ଦିବ୍ୟ ଚେତନା ଅଭିଜାନରେ ୩ଟି ସଂକୀର୍ତନ ମଣ୍ଡଳୀ ବେଢ଼ା ପରିକ୍ରମା କରିଥିଲେ। ଏହି ସଂକୀର୍ତନ ସେବାରେ ମୁଖ୍ୟ ତତ୍ୱାବଧାରଙ୍କ ସୁରେନ୍ଦ୍ର ପ୍ରସାଦ ନାୟକ, ଦୁର୍ଗାଚରଣ ନାୟକ, ପୁଷ୍ପଲତା ପଣ୍ଡା, ଝୁନାରାଣୀ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟିର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

SOURCE: ODIA PUA