Source :- ODIA PUA
ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ବନ୍ତ ବ୍ଲକ ପଂଚାୟତ ସମିତି ଗୃହରେ ଆୟୋଜିତ ଜନସୁଣାଣି କାର୍ଯ୍ୟକ୍ରମରେ ସମୁଦାୟ ୧୪୪ଟି ଅଭିଯୋଗ ଗ୍ରହଣ କରାଯାଇଛି। ଏଥିମଧ୍ୟରୁ ୧୨୫ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଥିବାବେଳେ ୧୬ଟି ଅଭିଯୋଗ ଗାଁ/ସାମୁଦାୟିକ ସମସ୍ୟା ସମ୍ପର୍କିତ ରହିଛି। ଜନସୁଣାଣିରେ ୨୬ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଏହାସହ ରେଡକ୍ରସ୍ ସହାୟତା ଅଧୀନରେ ୩ଟି ମାମଲାରେ ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲା ରେଡକ୍ରସ୍ ଫଣ୍ଡରୁ ୨ଜଣଙ୍କ ପକ୍ଷରେ ପ୍ରତ୍ୟେକଙ୍କୁ ୮ ହଜାର ଟଙ୍କା ଲେଖାଏଁ ସହାୟତା ମଞ୍ଜୁର କରାଯାଇଛି। ଉକ୍ତ ଜନସୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏବଂ ଜିଲ୍ଲା ଏସ୍ପି ମନୋଜ କୁମାର ରାଉତ ଉପସ୍ଥିତ ରହି ଉପସ୍ଥିତ ଥିବା ଲୋକମାନଙ୍କର ଅଭିଯୋଗ ଶୁଣି ତାହାର ତତ୍କାଳ ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ।
SOURCE: ODIA PUA



