Home national news oriya ଭଦ୍ରକରେ ‘ସେଫର୍ ଇଂଟରନେଟ୍ ଡେ’ ଅବସରରେ ସଚେତନତା କାର୍ଯ୍ୟଶାଳା

ଭଦ୍ରକରେ ‘ସେଫର୍ ଇଂଟରନେଟ୍ ଡେ’ ଅବସରରେ ସଚେତନତା କାର୍ଯ୍ୟଶାଳା

17
0

Source :- ODIA PUA

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାରେ ଆଜି ‘ସେଫର୍ ଇଂଟରନେଟ୍ ଡେ’ ଅବସରରେ ସଚେତନତା କାର୍ଯ୍ୟଶାଳା ଆୟୋଜିତ ହୋଇଛି। ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲ “ସ୍ମାର୍ଟ ଟେକ୍‌, ସେଫ୍ ଚଏସେସ୍‌: ଏଆଇର ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର”। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲୀପ ରାଉତରାଏ ଅଧ୍ୟକ୍ଷତା କରିଥିଲେ। ଏଥିରେ ଡୋମେନ୍ ଆଡଭାଇଜର, ଓଏସଡବ୍ଲ୍ୟୁଏଏସ ପିଏମ୍‌ୟୁ, ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-ଇଓ ଜିଲ୍ଲା ପରିଷଦ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଇନଫର୍ମାଟିକ୍ସ ଅଧିକାରୀ (ଏନଆଇସି) ଏବଂ ଜିଲ୍ଲା ଇ-ଗଭର୍ନାନ୍ସ ମ୍ୟାନେଜର (ଡିଇଜିଏମ୍‌) ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟକ୍ରମରେ ସକ୍ରିୟ ଭାଗନେଇଥିଲେ। କାର୍ଯ୍ୟଶାଳାରେ ଏନଆଇସି ର ଜିଲ୍ଲା ଇନଫର୍ମାଟିକ୍ସ ଅଧିକାରୀ ବିଜୟ କୁମାର ହିନ୍ଦୀ ଓ ଇଂରାଜୀରେ ଏବଂ ଡିଇଜି ଏମ୍ ବିଜୟାନନ୍ଦ କର ଓଡ଼ିଆରେ ସତର୍କ ଇଂଟରନେଟ୍ ବ୍ୟବହାର, ଦାୟିତ୍ୱପୂର୍ଣ୍ଣ ଏଆଇ ପ୍ରୟୋଗ, ସାଇବର ଆକ୍ରମଣ, ସାଇବର ଅପରାଧ, ଠକେଇ, ଡିଜିଟାଲ ଆରେଷ୍ଟ, ସାଇବର ହାଇଜିନ୍ ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ପ୍ରଶ୍ନ-ଉତର ପର୍ବ ଆୟୋଜିତ ହୋଇଥିଲା। ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବିଭିନ୍ନ ପ୍ରଶ୍ନ ପଚାରି ସନ୍ଦେହ ଦୂର କରିଥିଲେ। ସମଗ୍ର କାର୍ଯ୍ୟଶାଳା ସଫଳ ଭାବେ ସମାପ୍ତ ହୋଇଥିବା ସହିତ ଡିଜିଟାଲ ସୁରକ୍ଷା ଓ ପ୍ରଯୁକ୍ତିର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସମ୍ପର୍କରେ ସଚେତନତା ବଢ଼ାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।

SOURCE: ODIA PUA