Home national news oriya ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ପ୍ରେମିକ ଗିରଫ

ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ପ୍ରେମିକ ଗିରଫ

5
0

Source :- ODIA PUA

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଂଚାୟତ ଅଧୀନ ଈଶ୍ୱରପୁର ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଧୁଷୁରୀ ଥାନା ଅଧୀନ ଦୋହରାପାଟଣା ଗ୍ରାମର ରଶ୍ମୀରଂଜନ ମଳିକ ନାମକ ଜଣେ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୁଲିସ ୧୫୫/୨୫ରେ ଏକ ମକଦ୍ଦମା ରୁଜୁ କରି ପ୍ରେମିକ ରଶ୍ମୀରଂଜନକୁ ଗିରଫ କରିଥିବା ଜଣାପଡ଼ିଛି। ଯୁବତୀଙ୍କ ବାପା ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ସହିତ ଦୋହରାପାଟଣା ଗ୍ରାମର ରଶ୍ମୀରଂଜନ ମଳିକଙ୍କର ପ୍ରେମ ସଂପର୍କ ଥିଲା। ଯୁବକ ରଶ୍ମୀରଂଜନ ତାଙ୍କ ଝିଅକୁ ବିବାହ କରିବେ ବୋଲି ପ୍ରଲୋଭନ ଦେଖାଇ ଏକ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲା। ତାଙ୍କ ଝିଅ ବିବାହ ପାଇଁ କହିବାରୁ ପ୍ରେମିକ ରଶ୍ମୀର ରଂଜନ ରାଜି ହୋଇନଥିଲେ।

SOURCE: ODIA PUA