Home national news oriya ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ

ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ

5
0

Source :- ODIA PUA

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବା ୧୦ଟା ରେ ଭଦ୍ରକ ଜିଲ୍ଲା ପରିଷଦ ସଭା କକ୍ଷ ରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ( ଏସିଡିସି)ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଏହି ବୈଠକ ରେ ଅତିରିକ୍ତ ଜିଲ୍ପାପାଳ (ସାଧାରଣ) ସରୋଜ କୁମାର ଦତ , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧକାରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ପୋଲିସ ଅଧିକ୍ଷକ ସମ୍ବିତ ମାଝୀ, ଭଦ୍ରକ ଗୋଷ୍ଟି ଉନ୍ନୟନ ଅଧିକାରୀ ତଥା ତହସିଲଦାର ,ଭଦ୍ରକ, ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିଭାଗ ର ଅଧିକାରୀ, ପଂଚାୟତ ସମିତି ଅଧକ୍ଷା ଉର୍ମିଳା ନାୟକ, ସରପଂଚ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ମାନେ ଯୋଗ ଦେଇଥିଲେ। ବୈଠକ ରେ ପି. ଏମ୍ ଆୱାସ ଯୋଜନା ଭଦ୍ରକ ନିର୍ବାଚନ ମଣ୍ଡଳୀ ର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବା ସହିତ ବିଭିନ୍ନ ସରକାରୀ ସୁବିଧା ସାଧାରଣ ଲୋକ ଙ୍କ ପାଖରେ କିପରି ପହଁଚି ପାରିବ, ସେ ବିଷୟରେ ଆଲୋଚନା ହୋଇଥିଲା। ମନରେଗା ଯୋଜନା , ପଂଚାୟତ ଗ୍ରାମ ସଡ଼କ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜଳ ସେଚନ, ପୂର୍ତ, ପାନୀୟ ଜଳର ଅଗ୍ରଗତି, କୃଷି କାର୍ଯ୍ୟ , ଉଠା ଜଳସେଚନ , ସ୍କିଲ ଡେଭଲପମେଂଟ,ବନ୍ୟା ନିୟନ୍ତ୍ରଣ , ଅଙ୍ଗନୱାଡ଼ି , ବିଦ୍ୟୁତ ସେବା, ମମତା ଯୋଜନା, ସମଗ୍ର ଶିକ୍ଷା ଅଭିଯାନ, ମିଶନ ଶକ୍ତି,କେନାଲ ସମସ୍ୟା ଆଦି ବିଷୟ ର ଅଗ୍ରଗତି ଉପରେ ସମୀକ୍ଷା ହୋଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।

SOURCE: ODIA PUA