Source :- ODIA PUA
ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ତିହିଡ଼ି ଯୁବମଂଚ ପକ୍ଷରୁ ପ୍ରତିବର୍ଷ ପରି ଚଳିତବର୍ଷ ଜୁନ ୧୪ ଓ ୧୫ ଦୁଇ ଦିନ ବ୍ୟାପି ଦଶମ ବାର୍ଷିକ ‘ରଜ ମହୋତ୍ସବ’ ତିହିଡ଼ି ଟାଉନହଲ ପରିସରରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ଅଳତା ଓ ରଜପରୀ ପ୍ରତିଯୋଗିତା, ବ୍ଲକ ମେଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା ଓ ଅନ୍ୟ ପ୍ରତିଭାଧାରୀଙ୍କୁ ସମ୍ମାନୀତ କରାଯିବା ସହ ସାଧାରଣ ସଭା ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନ ନୃତ୍ୟ ପ୍ରତିଯୋଗିତା ଅନ୍ୟାନ୍ୟ ପ୍ରତିଭା ଭିତିକ କାର୍ଯ୍ୟକ୍ରମ ହେବାକୁ ବୈଠକରେ ସ୍ଥିର ହୋଇଛି । ଗ୍ରାମାଂଚଳରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଲୋକଲୋଚନକୁ ଆଣିବା, ଓଡ଼ିଶାର ସଂସ୍କୃତି ପରମ୍ପରା ଏବଂ ପର୍ବପର୍ବାଣିର ମହତ୍ୱକୁ ଉଦଜୀବିତ ରହିବା ଏହି ମହୋତ୍ସବର ମୂଳ ଲକ୍ଷ । ଏହି ପ୍ରସ୍ତୁତି ବୈଠକରେ ସଭାପତି କୈଳାସ ବେହେରା, ସମ୍ପାଦକ ନିରଂଜନ ବାରିକ, ଉପସଭାପତି ପ୍ରିୟବ୍ରତ ପାଢ଼ୀ, ସଂଯୋଜକ ନୀଳମାଧବ ସେନାପତି, ସାଂସ୍କୃତିକ ସଂଯୋଜକ ମନୋଜ ପାଣିଗ୍ରାହୀ, ସମାଜସେବୀ ମନୋଜ ସେନାପତି, ସଦସ୍ୟ ସୁବ୍ରତ ମିଶ୍ର, ଯୋଗ ଗୁରୁ ସୁରେଶ ନାୟକ, ସୟଦ ରଫିଦ, ଅଲେଖ ବଳ, ସେକ ଆସିକ ପ୍ରମୁଖ ନିଜର ମତାମତ ଦେବାସହ ବୈଠକ ରେ ଉପସ୍ଥିତ ଥିଲେ ।
SOURCE: ODIA PUA