Home national news oriya ବେଆଇନ୍ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

ବେଆଇନ୍ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ

5
0

Source :- ODIA PUA

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାବରଙ୍ଗ ଥାନା ଅଧୀନସ୍ଥ ବେନ୍ତାଳ ଅଂଚଳରେ ଗତ କିଛିବର୍ଷ ଧରି ଚୋରା କରତକଳ ଚାଲିଆସୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଭଦ୍ରକ ବନ୍ୟପ୍ରାଣୀ ବିଭାଗ ଚଢାଉ କରିଛି । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବେନ୍ତାଳ ଅଂଚଳରେ ଏହି ଚୋରା କରତକଳଟି ବାରମ୍ବାର ଚାଲିଆସୁଥିବାବେଳେ ବନ୍ୟପ୍ରାଣୀ ବିଭାଗ ଦ୍ୱାରା ଧରାପଡିଛି । ତେବେ ସେ ବହୁବାର ଧରାପଡିଥିଲେ ମଧ୍ୟ ପୁନର୍ବାର ନିଜର ଏହି ବେଆଇନ୍ କାର୍ଯ୍ୟ କରିଆସୁଥିବା ବିଷୟ ଜଂଗଲ ବିଭାଗ ଜାଣିପାରିଥିଲା । ଫଳରେ ଆଜି ଏସସିଏଫ୍ ସୁମିତ ମହାନ୍ତି, ରେଂଜର ପିତାମ୍ବର ନାୟକଙ୍କ ନେତୃତ୍ୱରେ ଆଗରପଡା ଫରେଷ୍ଟର ପ୍ରଶାନ୍ତ ମାଝୀ, ବାସୁଦେବପୁର ଫରେଷ୍ଟର ସୁଶୀଲ ସିଂ ଓ ଭଣ୍ଡାରିପୋଖରୀ ଫରେଷ୍ଟର କୃଷ୍ଣଚନ୍ଦ୍ର ବାସ୍କେଙ୍କ ସମତେ ପ୍ରୋଟେକସନ ସ୍କ୍ୱାର୍ଡ ଓ ସାବରଙ୍ଗ ଥାନା ପୁଲିସ୍ ଏହି କରତ କଳଟି ଉପରେ ଅଚାନକ ଚଢାଉ କରିଥିଲେ । ଏହି ଚଢାଉରେ ଫାଶୀ ଓ ଅର୍ଜୁନ ଜାତିର ପ୍ରାୟ ଏକ ଶହ ସିଫ୍ଟ ରାଉଣ୍ଡ ଲକ୍ ଜବତ ହୋଇଥିଲା । ଏହି କାଠଗୁଡିକର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହୋଇଥିବାବେଳେ ଯନ୍ତ୍ରାଂଶକୁ ମିଶାଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ ହୋଇଛି । ତେବେ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବିଷୟ ବିଭାଗୀୟ ସୂତ୍ରରୁ ଜଣାପଡିଛି ।

SOURCE: ODIA PUA