Home national news oriya ବରପଦା ବଜାରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ସ୍ଥାନାନ୍ତରକୁ ବିରୋଧ

ବରପଦା ବଜାରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ସ୍ଥାନାନ୍ତରକୁ ବିରୋଧ

7
0

Source :- ODIA PUA

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଗ୍ରାମାଂଚଳ ଥାନା ଅଧିନ ବରପଦା ବଜାରରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଶାଖା ସ୍ଥାନାନ୍ତରକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ଶହ ଶହ ସଂଖ୍ୟାରେ ବ୍ୟାଙ୍କ ଉପଭୋକ୍ତା ବୁଧବାର ପୂର୍ବାହ୍ନ ୮ଟାରୁ ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି । ବରପଦା ଶାଖା ଚାଲୁଥିବା ଭଡା ଘର ଡ୍ୟାମେଜ ହୋଇଯାଇ ଥିବାରୁ ଗତ କିଛି ଦିନ ଧରି ଉକ୍ତ ଘର ବଦଳାଇବାକୁ ଘର ମାଲିକ କହିଥିଲେ । କିନ୍ତୁ ବ୍ୟାଙ୍କ କତୃପକ୍ଷ ଘର ବଦଳାଇ ବରପଦାରେ ଅନ୍ୟ ଭଡା ଘର ନ ନେଇ ୧୦ କିମି ଦୂର ବନ୍ତ ବଜାରକୁ ସ୍ଥାନାନ୍ତର କରି ନେଇଛନ୍ତି । ଫଳରେ ଏଠାରେ ଆଖପାଖ ୧୦ ଖଣ୍ଡ ଗ୍ରାମର ଲୋକ ଯେଉଁମାନେ ଏହି ଶାଖାରେ ଖାତା ଖୋଲିଥିଲେ । ସେମାନଙ୍କୁ ଏବେ ୧୦ କିମି ଦୂର ବନ୍ତ ଯିବାକୁ ଖର୍ଚ୍ଚାନ୍ତ ହେବାକୁ ପଡିବ । ଏହାର ପ୍ରତିବାଦ କରି ଲୋକେ ରାସ୍ତାରୋକୋ କରିଛନ୍ତି । ବାରପଦାରେ ଅନ୍ୟ ଏକ ଘରେ ଶାଖା ସ୍ଥାପନ କରିବାକୁ ଦାବି କରିଛନ୍ତି । ଅପରପକ୍ଷେ ରାସ୍ତା ଅବରୋଧ ହୋଇଥିବାରୁ ଉଭୟ ପାର୍ଶରେ ବହୁ ସଂଖ୍ୟାରେ ଗାଡି ଅଟକିଛି । ଭଦ୍ରକ ଗ୍ରାମାଂଚଳ ପୋଲିସ ଘଟଣାସ୍ଥଳରେ ମୁତୟନ ରହିଛି ।

SOURCE: ODIA PUA