Home national news oriya ପ୍ରଫେସର ସନାତନ ମହାନ୍ତି ସ୍ମୃତିନ୍ୟାସର ବୈଠକ

ପ୍ରଫେସର ସନାତନ ମହାନ୍ତି ସ୍ମୃତିନ୍ୟାସର ବୈଠକ

5
0

Source :- ODIA PUA

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରର ଜାନୁଗଂଜର ଦିବ୍ୟମ୍ ପରିସରରେ ସ୍ୱର୍ଗତଃ ପ୍ରଫେସର ସନାତନ ମହାନ୍ତିଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। ତ୍ୟାଗଭୂମିର ପ୍ରତିଷ୍ଠାତା ସଭାପତି ଅଜୟ ନାୟକ, ଫ୍ରଫେସର ଡ. ବ୍ରଜମୋହନ ମିଶ୍ର, ଡ. କ୍ଷୀରେଦ କୁମାର ସାମଲ, ଡାକ୍ତର ଦୁର୍ଯ୍ୟୋଧନ ଦାସ, ଡ. ରାଧାରାଣୀ ମହାପାତ୍ର, ଡ. ଭାଗବତ ତିପ୍ରାଠୀ, ପଦ୍ମନ କୁମାର ରାୟ ଓ ବିଚିତ୍ରାନନ୍ଦ ମହାନ୍ତି ପ୍ରମୁଖ ଏହି ବୈଠକର ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଗୃହିତ କରାଇଥିଲେ। ଶେଷରେ ପ୍ରେମାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରାଇଥିଲେ।

SOURCE: ODIA PUA