Home national news oriya ୧୫ ବର୍ଷରେ ପଦାର୍ପଣ କଲା ମା’ ସୁନା ଗୋରୀ କ୍ରିକେଟ ଟୁର୍ଣ୍ଣାମେଂଟ, ଅଣଖାସାହି ଠାରେ ଉଦଘାଟିତ...

୧୫ ବର୍ଷରେ ପଦାର୍ପଣ କଲା ମା’ ସୁନା ଗୋରୀ କ୍ରିକେଟ ଟୁର୍ଣ୍ଣାମେଂଟ, ଅଣଖାସାହି ଠାରେ ଉଦଘାଟିତ ହେଲା କ୍ରିକେଟ ଟୁନାମେଂଟ

4
0

Source :- ODIA PUA

ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମାଧପୁର ଗ୍ରାମ ପଂଚାୟତ ଅଣଖାସାହି ଠାରେ ୧୫ ବର୍ଷରେ ପଦାର୍ପଣ କଲା ମା ସୁନା ଗୋରୀ କ୍ରିକେଟ ଟୁର୍ଣ୍ଣାମେଂଟ। ମା ସୁନା ଗୋରୀ କ୍ରିକେଟ ଟୁର୍ଣ୍ଣାମେଂଟ ଆନୁକୂଲ୍ୟରେ ମା ସୁନାଗୋରୀ କ୍ରିକେଟ ଟୁର୍ଣ୍ଣାମେଂଟ ଗରିମାମୟ ଭାବେ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଂଟକୁ ସ୍ଥାନୀୟ ଯୁବକମାନେ ଆୟୋଜନ କରିଥିବା ବେଳେ ଅନେକ କ୍ରିକେଟ ଦଳ ଏଥିରେ ଯୋଗଦେଇଛନ୍ତି। ଉଦଘାଟନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୁବ ନେତା ତଥା ସମାଜସେବୀ ମାନସ ଦାସ ଫିତା କାଟି ଉଦଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଏବଂ କ୍ରୀଡାର ମାଧ୍ୟମରେ ଭାଇଚାରା ଓ ଏକତା ବୃଦ୍ଧି ପାଇଁ ଆହ୍ୱାନ କରିଥିଲେ। ପ୍ରଥମ ଦିନରେ ହିଁ ରୋମାଂଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା ଏବଂ ଦର୍ଶକମାନଙ୍କ ଭିଡ଼ ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ଟୁର୍ଣ୍ଣାମେଂଟ ଟି ୩ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି।ପ୍ରଥମ ଦିନ ରେ ରତନି ଗ୍ରାମ ର ବାବା ରନେôଶ୍ୱର କ୍ରିକେଟ ଟିମ୍ ସହିତ ବଡ଼ସିଂହ ପୁର ଗ୍ରାମ ର ରାଧା କୃଷ୍ଣ କ୍ରିକେଟ ଟିମ୍ ଖେଳ ଆରମ୍ଭ କରିଥିଲେ।ଏହି ଖେଳ ୧୦ ଓଭର ହେବବୋଲି ସୂଚନା ମିଳିଛି।ମା ସୁନା ଗୋରୀ କ୍ରିକେଟ ଟିମ୍ ସଦସ୍ୟ ମାନେ ପତି ନାରାୟଣ ଦାସ, ସଂଗ୍ରାମ ଦାସ,ବିଜୟ ଦାସ,ସୁଦାମ ଦାସ,ପପି ଦାସ, ଦିଲିପ ଦାସ ପ୍ରମୁଖ ଉପସ୍ଥିତ ରହି ସୂଚାରୁରୂପେ ଉକ୍ତ ଖେଳଟିକୁ ପ୍ରତିପାଦନ କରିଥିଲେ।

SOURCE: ODIA PUA