Home national news oriya ୧୧୩ ବର୍ଷ ବୟସ୍କ କାଳୀଦେବୀଙ୍କୁ ଋକ୍ମିଣୀ ଦେବୀ ସ୍ମାରକୀ ସମ୍ମାନ

୧୧୩ ବର୍ଷ ବୟସ୍କ କାଳୀଦେବୀଙ୍କୁ ଋକ୍ମିଣୀ ଦେବୀ ସ୍ମାରକୀ ସମ୍ମାନ

8
0

Source :- ODIA PUA

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତ?ଥା ଅବସରପ୍ରାପ୍ତ ଶିକ୍ଷାଜିଲ୍ଲାଅଧୂକାରୀ ଶିକ୍ଷାବିତ୍ ଶ୍ରୀଯୁକ୍ତ ଗୟାଧର ପଣ୍ଡାଙ୍କ ଶତାୟୁ ଜନନୀ ରୁକ୍ମିଣୀ ଦେବୀଙ୍କ କର୍ମମୟ ଜୀବନର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ରୁକ୍ମିଣୀ ଦେବୀ ସ୍ମୃତି ସଂସଦ ଆନୁକୂଲ୍ୟରେ ୨୦୨୧ ମସିହା ଠାରୁ ପ୍ରତିବର୍ଷ ଜଣେ ଶତାୟୁ ମହିଳାଙ୍କୁ ରକ୍ମିଣୀ ଦେବୀ ସ୍ମାରକୀ ସମ୍ମାନରେ ସମ୍ବନ୍ଧିତ କରାଯାଇ ଆସୁଅଛି । ଚଳିତ ବର୍ଷ ଭଦ୍ରକ ବଙ୍କବାସୁଳୀ ମନ୍ଦିରର ବର୍ଷିୟାନ ପୂଜକ କରୁଣାକର ପାଣିଙ୍କ ସହଧର୍ମିଣୀ ୧୧୩ ବର୍ଷ ବୟସ୍କ ମହାନ ଆଧ୍ୟାତ୍ମିକବାଦୀ ମହିଳା ଶ୍ରୀମତୀ କାଳୀଦେବୀଙ୍କୁ ଶତାୟୁ ଜନନୀ ରକ୍ମଣୀ ଦେବୀଙ୍କ ପୁତ୍ର ଗୟାଧର ପଣ୍ଡାଙ୍କ ନମ୍ର ଭକ୍ତିପୂର୍ଣ ପ୍ରୟାସରେ ଭଦ୍ରକ ବହୁ ମାନ୍ୟଗଣ୍ୟ ପ୍ରମୁଖ ବ୍ୟକ୍ତିସମୂହ ଡ. ଗୋଲକ ବିହାରୀ ସାହୁ, ଇଂ. ରୋଟାରିଆନ୍ ଅମ୍ବିକା ବଲ୍ଲଭ ସ୍ୱାଇଁ, ଫେକରର ଅବସରପ୍ରାପ୍ତ ଏକାଉଣ୍ଟାଣ୍ଟ ଅଫିସର ନାରାୟଣ ଚନ୍ଦ୍ର ପାଢ଼ୀ, ଅସୁରାଳି ବେଷ୍ଟ ଇଂଜିନିୟରି କଲେଜର ଅଧ୍ୟକ୍ଷ ରବିନ୍ଦ୍ର ଜେନା, ଭଦ୍ରକ ସର୍ବୋଦୟ ମଣ୍ଡଳର ସଭାପତି ଅମର ପାଣିଗ୍ରାହୀ, ଅଧ୍ୱକ୍ତା ଆଦିତ୍ୟ ନାୟକ, ପଣ୍ଡିତ ଡ. ଶ୍ରୀ ଶୈଳେନ୍ଦ୍ର ନାରାୟଣ ପାଢ଼ୀ, ପ୍ରଶାନ୍ତ ଦେ, ମୁକ୍ତିକାନ୍ତ ମହାପାତ୍ର, ତାରକଦାସ ଆଜ୍ୟ, ବିବେକ ଭଟ୍ଟାପ୍ସର୍ଯ୍ୟ, ଅବସରପ୍ରାପ୍ତ ଶିକ୍ଷକ ହରେକୃଷ୍ଣ ସାହୁ ଏବଂ ସଂସଦର ସଭାପତି ବାସୁଦେବ ବାରିକ୍ ଓ ସମ୍ପାଦକ କୈଳାଶ ଚନ୍ଦ୍ର ପଣ୍ଡା ଓ ପରିବାରର ପୁତ୍ର ଲକ୍ଷ୍ମୀଧର ପାଣି (ରାମନନା), ତଥା ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ସହିତ ସମ୍ବନ୍ଧିତ କରାଯାଇଅଛି । ଏଭଳି ପୂଜ୍ୟପୂଜା କାର୍ଯ୍ୟକ୍ରମ ଉତ୍ତରପିଢ଼ୀଙ୍କୁ ବାସ୍ତବ ଦିଶା ଦେଖାଇବ ବୋଲି ଉପସ୍ଥିତ ପ୍ରମୁଖ ବ୍ୟକ୍ତିମାନେ ମତପୋଷଣ କରନ୍ତି ।

SOURCE: ODIA PUA