Home national news oriya ହଜରତ ଉମର ଶାହା ବାବା(ଆର.ଏ.) ଙ୍କ ବାର୍ଷିକ ଉର୍ସ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ହଜରତ ଉମର ଶାହା ବାବା(ଆର.ଏ.) ଙ୍କ ବାର୍ଷିକ ଉର୍ସ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

5
0

Source :- ODIA PUA

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୨୫ ପଠାନମହଲା ଠାରେ ହଜରତ ଉମର ଶାହା ବାବା(ଆର.ଏ.) ଙ୍କ ବାର୍ଷିକ ଉର୍ସ ଉତ୍ସବ ଅବସରରେ ବାବା ଙ୍କ ଦରଘାରେ ମାଲ୍ୟାର୍ପଣ କରି ଭଦ୍ରକ ର ଶାନ୍ତି, ଶୃଙ୍ଖଳା ଓ ଭାଇଚାରା ବଜାଇ ରଖିବା ପାଇଁ ପ୍ରାର୍ଥନା କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ଶ୍ରୀ ସାମଲଙ୍କ ସମେତ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ବରିଷ୍ଠ ନେତା ଏମ.ଡି. ଜକାଉଲ୍ଲା, ମୁସ୍ତାକିମ୍ ଖାନ, ସେକ କଲିମୁଦ୍ଧିନ, ସେକ ଗୁଲାମ, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୧୮ ର ପାରିଷଦ ସୟେଦ ନାସେର ଅଲ୍ଲୀ, ୱାର୍ଡ ନମ୍ବର ୨୮ ର ପାରିଷଦ ସାହିଦ ଖାନ, ଯୁବନେତା ମେହେବୁବ ଖାନ, ତନବିର ଖାନ, ଅଖତର୍ ଅଲ୍ଲୀ, ନାସିରୁଦ୍ଦିନ ଖାନ, ଦେବାଶିଷ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ।

SOURCE: ODIA PUA