Source :- ODIA PUA
ଭଦ୍ରକ, ୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶ୍ୱର ଅନ୍ୟତମ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ଭେନିଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ସେନାବାହିନୀ ଅପହରଣ ଓ ବଂଦୀ କଲା ପରେ ଗତ ଫେବୃଆରୀ ୨୮ ତାରିଖରେ ଇରାନର ସର୍ବୋଚ୍ଚ ନେତା ଆୟୋତଲା ଅଲ୍ଲୀ ଖେମେନି ଙ୍କୁ ହତ୍ୟା ସମେତ ଲଗାତର ଭାବେ ଇରାନ ଉପରେ ଆକ୍ରମଣ କରି ଇରାନର ହଜାର ହଜାର ସାଧାରଣ ନାଗରିକ ଓ ଶିଶୁମାନଙ୍କୁ ହତ୍ୟା କରିଛନ୍ତି । ଏହି ଯୁଦ୍ଧ ମଧ୍ୟପ୍ରାଚ୍ୟରୁ ଆରମ୍ଭ ହୋଇ ପୃଥିବୀର ୯ ଟି ରାଷ୍ଟ୍ରକୁ ବ୍ୟାପିଛି। ମିଳିତ ଜାତିସଂଘ ଓ ଆନ୍ତର୍ଜାତୀୟ ଶାନ୍ତି ଆଇନକୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ୍ ମାନୁନଥିବାରୁ ବର୍ତମାନ ୩ ୟ ବିଶ୍ୱଯୁଦ୍ଧର ଆଶଙ୍କା ଦେଖାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲର ଏହି ଗଣହତ୍ୟାକୁ ବିରୋଧ କରି ସିପିଆଇ(ଏମ୍) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ବନ୍ତଛକ ଠାରେ ଅନୁଷ୍ଠିତ ହୋଇଯାଇଛି। ପୃଥିବୀର ବିଭିନ୍ନ ରାଷ୍ଟ୍ର ଆମେରିକା ଓ ଇସ୍ରାଏଲର ଏହି ଗଣହତ୍ୟା ଓ ବେଆଇନ ଯୁଦ୍ଧ ଅଭିଯାନକୁ ବିରୋଧ କରିଥିବା ବେଳେ ଭାରତ ସରକାର ଚୁପ୍ ରହିବା ଘଟଣାକୁ ସିପିଆଇ(ଏମ୍) ଭଦ୍ରକ ଜିଲ୍ଲା କମିଟି ତୀବ୍ର ନିନ୍ଦା କରିଛି । ଭାରତର ଚିର ଦିନର ବଂଧୁ ରାଷ୍ଟ୍ର ଇରାନ ସପକ୍ଷରେ ଓ ଯୁଦ୍ଧ ବିରୁଧରେ ଭାରତ ସରକାର ନିଜର ଅବସ୍ଥାନ ଷ୍ପଷ୍ଟ କରିବାକୁ ସିପିଆଇ(ଏମ୍) ଦାବି କରିଛି । ଋଷରୁ ଭାରତ ସରକାର ତୈଳ କିଣିବା ସଂପର୍କରେ ୩୦ ଦିନ ଆମେରିକା ଅନୁମତି ଦେବା ଘଟଣା ଭାରତର ସାର୍ବଭୌମ ପ୍ରତି ଆକ୍ରମଣ ଓ ଏହି ଘଟଣାରେ ଭାରତର ପ୍ରଧାନମନ୍ତ୍ରୀ ଚୁପ୍ ରହିବା ଘଟଣାକୁ ସିପିଆଇ(ଏମ୍) ନେତୃମଣ୍ଡଳୀ ତୀବ୍ର ନିନ୍ଦା କରିଥିଲେ । ଏହି ପ୍ରତିବାଦ ସଭାରେ ସିପିଆଇ(ଏମ୍) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ବିଷ୍ଣୁ ଦାଶ, ପ୍ରଭାସ ମହାପାତ୍ର, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ମଳୟ ଭୋଇ, ଗିରିଧାରୀ ନାଥ,ଜୟନୂଲ ଆବେଦିନ, କାଳନ୍ଦି ପାତ୍ର, ପ୍ରତାପ ସେଠୀ , ବରିଷ୍ଠ ନେତା ନିରଞ୍ଜନ ପାଣି, ଚନ୍ଦ୍ରଶେଖର ନାୟକ, ଅଶୋକ ବେହେରା, ସତ୍ୟମୂର୍ତି ବେହେରା, ବୀରସେନ ଯେନା, ଭାଗବତ ସେନାପତି ପ୍ରମୁଖ ଯୋଗଦେଇ ଆମେରିକା ସାମ୍ରାଜ୍ୟବାଦ ବିରୁଧରେ ସ୍ୱର ଉତୋଳନ କରିଥିଲେ । ଏହି ସାମ୍ରାଜ୍ୟବାଦୀ ଯୁଦ୍ଧ ବିରୁଧରେ ଆଗାମୀ ଦିନରେ ଜିଲ୍ଲାବ୍ୟାପି ଆନ୍ଦୋଳନ କରାଯିବ ବୋଲି ସିପିଆଇ(ଏମ୍) ନେତୃତ୍ୱ ପ୍ରକାଶ କରିଥିଲେ ।
SOURCE: ODIA PUA



