Source :- ODIA PUA
ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକର ଗାନ୍ଧୀ ଜନ କଲ୍ୟାଣ ସମିତି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ କରଦା ପଂଚାୟତରେ ଅବସ୍ଥିତ ବାବା ଖିଲାଟେଶ୍ୱର ମନ୍ଦିର ଚତୁର୍ପାର୍ଶ୍ୱରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦୁଇ ଦିନ ପୂର୍ବରୁ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଜାଗର ଯାତ୍ରା ବହୁ ଜାକଜମକରେ ପାଳିତ ହୋଇଥିବାରୁ ମନ୍ଦିର ଚାରିପାଖ ଅଳିଆ ଆବର୍ଜ୍ଜନାରେ ଭର୍ତି ହୋଇପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ସମିତିର ସଦସ୍ୟ “ସ୍ୱଚ୍ଛତା ହିଁ ଦେବତ୍ୱର ପରିଚୟ” ଲକ୍ଷ୍ୟ ନେଇ ସଫେଇ ଅଭିଯାନରେ ସାମିଲ ହୋଇ ମନ୍ଦିର ଚତୁର୍ପାର୍ଶ୍ୱ ସହ ନିକଟସ୍ଥ ପଡ଼ିଆକୁ ପରିଷ୍କାର କରିଥିଲେ। ଏଥିରେ ଆବାହକ ସଞ୍ଜୟ ମିଶ୍ର, କଂଗ୍ରେସ୍ ନଗର ସଭାପତି ପ୍ରମୋଦ ସ୍ୱାଇଁ, ମାନସ ମହାପାତ୍ର, ମଦନ ମୋହନ ଦାସ, ପ୍ରଣବ ଦାସ, ହରିହର ସାହୁ, ଅକ୍ଷୟ ସାହୁ, ଅରୂପ ନନ୍ଦ, ନିମାଇଁ ଜେନା ସମେତ ବହୁ ସଭ୍ୟ ଯୋଗଦେଇଥିଲେ।
SOURCE: ODIA PUA



