Home national news oriya ଶ୍ରୀରାମ ନବମୀ ମହୋତ୍ସବ ୨୦୨୬,ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସମସ୍ତ ମେଢ଼ କମିଟି ପାଇଁ ନିର୍ଦ୍ଦେଶନାମା

ଶ୍ରୀରାମ ନବମୀ ମହୋତ୍ସବ ୨୦୨୬,ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସମସ୍ତ ମେଢ଼ କମିଟି ପାଇଁ ନିର୍ଦ୍ଦେଶନାମା

4
0

Source :- ODIA PUA

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶ୍ରୀରାମ ନବମୀ ମହୋତ୍ସବକୁ ଭବ୍ୟ ଓ ଦିବ୍ୟ ଭାବେ ପାଳନ କରିବାକୁ ଯୋଜନା ପ୍ରସ୍ତୁତ କରିସାରିଥିବା ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ଚଳିତ ବର୍ଷ ଶ୍ରୀରାମ ନବମୀ ଦିନ ଅତି ଆକର୍ଷଣ ପାଲଟି ଥିବା ନଗର ସଙ୍କୀର୍ତନ ଶୋଭାଯାତ୍ରାକୁ ସରସ, ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା ଉଦ୍ଦେଶ୍ୟରେ ସମସ୍ତ ମେଢ଼ କମିଟି ପାଇଁ ନିର୍ଦ୍ଦେଶନାମା ଏକ ପ୍ରେସ ବିବୃତିରେ ଜାରି କରିଛି। ନିର୍ଦ୍ଦେଶନାମା ଅନୁସାରେ ମେଢ଼ ସହ ସଂଲଗ୍ନ ଥିବା ସାଉଣ୍ଡ ଗାଡ଼ିର ଭାଇବ୍ରେଟର ଲାଗିବ ନାହିଁ। ଯାହାକୁ ମାନ୍ୟବର ସୁପ୍ରିମକୋର୍ଟ ବ୍ୟାନ କରିଛନ୍ତି। ଉଭୟ ମେଢ଼ ଓ ସାଉଣ୍ଡ ଗାଡ଼ିର ଉଚ୍ଚତା ଗ୍ରାଉଣ୍ଡ ଲେବୁଲରୁ ୧୪ ଫୁଟରୁ କମ ଏବଂ ଓସାର ୧୦ ଫୁଟରୁ କମ୍ ରହିବ। ନଗର ସଙ୍କୀର୍ତନ ଶୋଭାଯାତ୍ରା ଦିନ ସମସ୍ତ ଶ୍ରୀରାମ ଭକ୍ତ ସାତ୍ୱିକ ଭୋଜନ ଗ୍ରହଣ କରିବାକୁ ଆଗ୍ରହ କରାଯାଇଛି। ଭଦ୍ରକ ପୌରପାଳିକା ଓ ଭଦ୍ରକ ବ୍ଲକରରୁ ବାହାରୁଥିବା ସମସ୍ତ ମେଢ଼ ନେହେରୁ ଷ୍ଟାଡିୟମରେ ଅପରାହ୍ନ ୩ ଟାରେ ଏବଂ ଅନ୍ୟାନ୍ୟ ବ୍ଲକ ଯଥାକ୍ରମେ ଖଇରା, ଚାନ୍ଦବାଲି, ଧାମନଗର, ତିହିଡ଼ି, ବାସୁଦେବପୁର, ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକରୁ ବାହାରୁଥିବା ମେଢ଼ ଗୁଡ଼ିକ ନୂଆ ବସଷ୍ଟାଣ୍ଡ ଗୋଶାଳା ଛକରେ ଅପରାହ୍ନ ୩ ଟାରେ ପହଂଚିବେ। ପୁରୁଣାବଜାର ଆଡ଼ୁ ଆସୁଥିବା ମେଢ଼ ଗୁଡ଼ିକ ମୋଚୀ ଛକରେ ଅପରାହ୍ନରେ ୩ ଟାରେ ମିଶିବେ। ଭଦ୍ରକ କଲେଜ୍ ଛକ ଆଡୁ ଆସୁଥିବା ସମସ୍ତ ମେଢ଼ ବନ୍ତ୍ ଛକରେ ଅପରାହ୍ନ ୩ ଟାରେ ମିଶିବେ। ଅସ୍ଥଳ ମେଢ଼ ଟାଉନ ହଲ ଛକରେ ଅପରାହ୍ନ ୪ ଟା ଏବଂ କୁଆଂଶ ମେଢ଼ ଅପରାହ୍ନ ୪.୩୦ ମିନିଟରେ ଟାଉନ ଥାନା ଛକରେ ମିଶିବେ। ମଠସାହି ରାସ୍ତାରେ ଆସୁଥିବା ମେଢ଼ ଗୁଡ଼ିକ ଗୋ ଶାଳା ଛକରେ ଅପରାହ୍ନ ୪ ଟାରେ ମିଶିବେ। ସମସ୍ତ ସୂଚନା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ମେଢ଼ କମିଟିକୁ ଅବଗତ କରି ଦିଆଯାଉଛି। ଯଦି କୌଣସି ମେଢ଼ ନିର୍ଦ୍ଧାରିତ ନିର୍ଦ୍ଦେଶନାମାକୁ ଅବମାନନା କିମ୍ବା ଅବଜ୍ଞା କଲେ ଉକ୍ତ ମେଢ଼ କମିଟି କ୍ଷେତ୍ରରେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

SOURCE: ODIA PUA