Home national news oriya ଶ୍ରୀକାନ୍ତ ମହାଳିକଙ୍କୁ ଜାତୀୟ ଶିଶୁ ସାହିତ୍ୟିକ ସମ୍ମାନ

ଶ୍ରୀକାନ୍ତ ମହାଳିକଙ୍କୁ ଜାତୀୟ ଶିଶୁ ସାହିତ୍ୟିକ ସମ୍ମାନ

23
0

Source :- ODIA PUA

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡ. ଧୀରେନ୍ଦ୍ର ନାଥ ମୁଣ୍ଡ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ପକ୍ଷରୁ ବରପାଲି, ବରଗଡ ଜିଲ୍ଲା ଠାରେ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି।ଏହି ସମ୍ମିଳନୀରେ ଶିଶୁ ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଚାନ୍ଦବାଲି ର ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଶ୍ରୀକାନ୍ତ କୁମାର ମହାଳିକଙ୍କୁ “ଡ. ଧୀରେନ୍ଦ୍ର ନାଥ ମୁଣ୍ଡ ଜାତୀୟ ଶିଶୁ ସାହିତ୍ୟିକ ସମ୍ମାନ” ପ୍ରଦାନ କରାଯାଇଛି।ଏହି ସମ୍ମାନ ତାଙ୍କ ଦୀର୍ଘଦିନର ସୃଜନଶୀଳ ସାହିତ୍ୟ ସେବା ଓ ଶିଶୁମାନଙ୍କ ମନୋରଞ୍ଜନ ସହିତ ନୈତିକ ମୂଲ୍ୟବୋଧ ବିକାଶରେ ତାଙ୍କ ଉଦ୍ୟମକୁ ସ୍ୱୀକୃତି ଦେଇଛି। ସମ୍ମିଳନୀରେ ବିଭିନ୍ନ ସାହିତ୍ୟିକ, ଶିକ୍ଷାବିଦ୍‌? ଓ ସାଂସ୍କୃତିକ କର୍ମୀମାନେ ଉପସ୍ଥିତ ଥିଲେି।

SOURCE: ODIA PUA