Home national news oriya ଶଙ୍ଖ ଭବନରେ ସଂଜୀବ୍ ନବ ନିର୍ବାଚିତ ସଭାପତି ନବୀନଙ୍କୁ ଜଣାଇଲେ ଶୁଭେଚ୍ଛା

ଶଙ୍ଖ ଭବନରେ ସଂଜୀବ୍ ନବ ନିର୍ବାଚିତ ସଭାପତି ନବୀନଙ୍କୁ ଜଣାଇଲେ ଶୁଭେଚ୍ଛା

6
0

Source :- ODIA PUA

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନବମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଆଜି ଶଙ୍ଖ ଭବନରେ ଅପ୍ରତିଦ୍ୱନ୍ଦୀ ଭାବେ ନବମ ଥର ପାଇଁ ବିଜେଡ଼ି ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟନାୟକ । ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟ ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ନୂତନ ରାଜ୍ୟ ସଭାପତି ଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଆଗାମୀ ଦିନରେ ଜନନେତା ଜନନାୟକ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଶଙ୍ଖ ସଙ୍ଗଠନ ଆହୁରି ମଜବୁତ୍ ହେବା ସହିତ ଓଡ଼ିଶାର ଜନସାଧାରଣ ଙ୍କ ସ୍ୱାର୍ଥ ସ୍ୱାଭିମାନ ଲଢେଇ ଜାରି ରଖିବା ନେଇ ମତପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ।

SOURCE: ODIA PUA