Source :- ODIA PUA
ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲକ୍ଷ୍ମୀନାରାୟଣ ପବ୍ଲିକ ସ୍କୁଲର ପ୍ରତିଷ୍ଠା ଉତ୍ସ୍ୱ ମହାସମାରୋହରେ ପାଳିତ ହୋଇଛି। ଏହି ଉତ୍ସବରେ ଚାନ୍ଦିମାଳ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କୁ ୨୦୨୦ ଶିକ୍ଷାନୀତି ଉପରେ ସୂଚନା ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଚରିତ୍ରବାନ ହେବାକୁ ଉପଦେଶ ଦେଇଥିଲେ। ବିଦ୍ୟାଳୟର ଏହି ପ୍ରତିଷ୍ଠା ଦିବସରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଡ଼. ଅଜୟ କୁମାର ପଣ୍ଡା ଯୋଗଦେଇ ଏହି ଶିକ୍ଷାନୁଷ୍ଠାନ କିଭଳି ବହୁ ଘାତ ପ୍ରତିଘାତ ଭିତରେ ନିଜର ଗୌରବ ଅକ୍ଷୁର୍ଣ୍ଣ ରଖି ପାରିଛି, ସେ ସମ୍ପର୍କରେ ଅତ୍ୟନ୍ତ ଭାବବିହ୍ୱଳ କଣ୍ଠରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ନିର୍ଦେଶକ ଡ଼. ଶରତ ଚନ୍ଦ୍ର ଦାସ, ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡା ଓ ଉପାଧ୍ୟକ୍ଷା ସତ୍ୟଭାମା ଦାସ ଦୀର୍ଘ ୧୯ ବର୍ଷ ମଧ୍ୟରେ ଏହି ଶିକ୍ଷାନୁଷ୍ଠାନର ଇତିହାସ, ପିଲାଙ୍କ ଶିକ୍ଷା,ନୈତିକତା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖି ୨୦୦୮ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟ କିଭଳି ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି, ସେ ସମ୍ପର୍କରେ ବିଷଦ ବ୍ୟାଖ୍ୟା କରିଥିଲେ।ଏହି ଅବସରେ ବିଦ୍ୟାଳୟର ଜନ୍ମଦିନ ଉପଲକ୍ଷେ ଏକ କେକ କଟାଯାଇଥିଲା।ଏବଂ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ଅଭିବାଦନ ଦେବାସହ ଅଭିଭାବକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜାତୀୟ ସଂଗୀତ ଗାନ ପରେ ବିଦ୍ୟାଳୟର ଶିକ୍ଷକ ନିଜାମୁଦ୍ଦିନ ଖାନ ଧନ୍ୟବାଦ ଅର୍ପଣ କରିଥିଲେ।
SOURCE: ODIA PUA



