Home national news oriya ରାଜ୍ୟ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ପୂର୍ବତନ ମନ୍ତ୍ରୀ

ରାଜ୍ୟ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ପୂର୍ବତନ ମନ୍ତ୍ରୀ

3
0

Source :- ODIA PUA

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର କାବ୍ୟରଞ୍ଜନ ମାଝୀ ସି.ବି.ଏସ.ଇ ପରୀକ୍ଷାରେ ରାଜ୍ୟ ଟପ୍ପର ହେବା ପରେ ସେ ବିଭିନ୍ନ ଆଡୁ ପ୍ରଶଂସା ସାଉଁଟୁଥୁବା ବେଳେ ଭିନ୍ନଭିନ୍ନ ବ୍ୟକ୍ତି ବିଶେଷ ଓ ରାଜନେତା ମାନେ ଭେଟି ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଆଜି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡିର ବରିଷ୍ଠ ଉପ-ସଭାପତି ପ୍ରଫୁଲ୍ଲ ସାମଲ କୃତି ଛାତ୍ର କାବ୍ୟ ରଞ୍ଜନଙ୍କୁ ତାଙ୍କ ବାସଭବନରେ ଭେଟି ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ବିଜୁଛାତ୍ର ଜନତାର ଲାଲା ସ୍ୱାଇଁ, ପ୍ରଣବ କିଶୋର ଲେଙ୍କା, ବିକାଶ ଶ୍ରେଷ୍ଟା, ଦେବାଶିଷ ଭାରତୀ, କାମେଶ ବାରିକ, ଅବିନାଶ ପୃଷ୍ଟି, ଶୁଭ୍ରାଶୁଂ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଯେ, କାବ୍ୟରଞ୍ଜନ ପିତା ରବିନ୍ଦ୍ର ମୋହନ ମାଝୀ ଓ ମାତା ଶୁଭଶ୍ରୀ ମାଝୀଙ୍କ ସୁପୁତ୍ର ଅଟନ୍ତି । ସେ ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ୫ ଶହରୁ ୪୯୭ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ।

SOURCE: ODIA PUA