Source :- ODIA PUA
ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରାଇ ମଣ୍ଡଳ ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ସ୍ଥାନୀୟ ଜେ ଜେ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇଛି।ହୋଟେଲ ପ୍ରାଙ୍ଗଣରେ ବିଜେପି ପତାକା ଉତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ମନମୋହନ ସାମଲ , ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ଜିଲ୍ଲା ସାଧାରଣ ସଂପାଦକ କମଳାକାନ୍ତ ସୂତାର ,କିଶୋର ନାୟକ, ଉପସ୍ଥିତ ରହିବା ସହ ଦଳର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସାମାଜିକ ଗଣମାଧ୍ୟମ ରେ ଦଳର ସମସ୍ତ ବିଷୟ ବସ୍ତୁ ସଂପ୍ରସାରଣ ଓ ଭୂମିକା ଉପରେ ଉପସ୍ତିତ ବ୍ୟକ୍ତି ମାନେ ଆଲୋକପାତ କରିବା ସହ ସାମାଜିକ ଗଣ ମାଧ୍ୟମରେ ପଂଚାୟତ ସ୍ତରରୁ ସମସ୍ତଙ୍କୁ ଯୋଡି ରଖିବାକୁ ଆହ୍ୱାନ ଦେଇଥିଲେ। ଉପସ୍ଥିତ ବ୍ୟକ୍ତି ବିଶେଷ ନିଜ ନିଜ ବକ୍ତବ୍ୟରେ ଦଳୀୟ ଅନୁଶାସନ ଭିତରେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଦଳର ନୀତି, ଆଦର୍ଶ କାର୍ଯ୍ୟ ପଦ୍ଧତି ଉପରେ ପ୍ରଶିକ୍ଷଣ ଦେଇଥିଲେ। ଆଜିର ଏହି ଶିବିରର ପ୍ରଥମ ଦିନରେ ଧାମରାଇ ମଣ୍ଡଳର ସଭାପତି ତ୍ରିଦିବେଶ ପ୍ରଧାନ, ଜାତୀୟ ପରିଘଦ ସଦସ୍ୟ ପୂର୍ଣ ଚନ୍ଦ୍ର ପାଣି, କିଶୋର ନାୟକ, ପାପା ଜେନା, ଅଭିମନ୍ୟୁ ରାଉତ, ଦେବେନ୍ଦ୍ର ନାୟକ, ରୁଦ୍ର ମହାନ୍ତି, ଅତୁଲ ଜାନା, ରମେଶ ଚନ୍ଦ୍ର ବାରିକ, ଜ୍ୟୋତି ରଞ୍ଜନ ଲେଙ୍କା,ଭଦ୍ରକ ଜିଲ୍ଲା ସଂଖ୍ୟାଲଘୁ ସଂପାଦକ ଅବଦୁଲ ଆହେଦ ଖାନଙ୍କ ସମେତ ଭଦ୍ରକ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ ଧାମରା ୮ପଂଚାୟତର କାର୍ଯ୍ୟକର୍ତା ମାନେ ଅଂଶ ଗ୍ରହଣ କରିଥିଲେ।
SOURCE: ODIA PUA



