Source :- ODIA PUA
ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଈଶ୍ୱରପୁର ମା’ଦପାନାଆକାଣୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହିଅବସରରେ ଶିକ୍ଷକ ମନ୍ତବ୍ୟ କୁମାର ଘଡ଼ିଆଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନେତ୍ରାନନ୍ଦ ମଲିକ,ମୁଖ୍ୟବକ୍ତା ଭାବେ ବିଡ଼ିଓ ନିରଞ୍ଜନ ବାରିକ,ସମ୍ମାନିତ ଅତିଥିଭାବେ କଳିଙ୍ଗ ଟିଭି ଉତର ଓଡିଶା ଚିଫ ବ୍ୟୁର ନରେନ୍ଦ୍ର ସାମଲ, ସରପଂଚ ଦୀପାଳି ଦାସ,ସମିତି ସଭ୍ୟ ମାମିନା ମଳିକ,ସାଧନକେନ୍ଦ୍ର ସଂଯୋଜକ ରବିନ୍ଦ୍ର ମଳିକ,ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ମଳିକ,ପଂଚସଖା ଶିକ୍ଷାସେତୁ ସଂଗଠନ ସଭାପତି ଶରତ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବ ଶିକ୍ଷାୟତନର ଗୁରୁତ୍ୱ ବୃଦ୍ଧିକରେ ବୋଲି କହିଥିଲେ। ପ୍ରଧାନ ଶିକ୍ଷକ ବଂଶୀଧର ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ତନ୍ମୟ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅନୀଲ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହିଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ମଲିକଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷୟତ୍ରୀ ମଧୁସ୍ମିତା ରାଉତ ମାନପତ୍ର ପାଠ କରିଥିଲେ।ଶିକ୍ଷାବର୍ଷ ୨୦୨୫ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଓ କ୍ରୀଡ଼ାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଦ୍ୟାଳୟର ଜୟକୃଷ୍ଣ ମଳିକ,ମାନସୀ ବାରିକ,ମୁକ୍ତିକାନ୍ତ ମଳିକ,ଆକାଶ କୁମାର ପଲାଇ,ସୁଶାନ୍ତ ଦାସ,ଉପେନ୍ଦ୍ର କୁମାର ଦାସ,ବିଜୟ କୁମାର ଜେନା,ଏସ କେ ଇରଜାଦ,ମଧୁସ୍ମିତା ଜେନା,ସୁଶ୍ରୀ ସଂଗୀତା ନାୟକ,ହେମନ୍ତ କୁମାର ଜେନା ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ , ଶିକ୍ଷାସେତୁ ସଂଗଠନ କର୍ମକର୍ତା ଓ ଗ୍ରାମବାସୀ ଉତ୍ସବ ପରିଚାଳନରେ ସହଯୋଗ କରିଥିଲେ।ଏହି ବାର୍ଷିକ ଉତ୍ସବରେ ସମସ୍ତ ଅଭିଭାବକ ,ଅଭିଭାବକ ଛାତ୍ର ଛାତ୍ରୀ ଉପସ୍ଥିତଥିଲେ ।
SOURCE: ODIA PUA


