Home national news oriya ମହାବିଷୁବ ସଂକ୍ରାନ୍ତି ପାଇଁ ପ୍ରଚାର ସମିତିର ଆଲୋଚନା ଚକ୍ର

ମହାବିଷୁବ ସଂକ୍ରାନ୍ତି ପାଇଁ ପ୍ରଚାର ସମିତିର ଆଲୋଚନା ଚକ୍ର

20
0

Source :- ODIA PUA

ଭଦ୍ରକ, ୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧୪ ତାରିଖ ମଙ୍ଗଳବାର ଦିନ ମହାବିଷୁବ ସଂକ୍ରାନ୍ତି ଓଡ଼ିଶାରେ ଘରେ ଘରେ ପାଳିତ ହେବାକୁ ଯାଉଛି । ବିଭିନ୍ନ ଶାସ୍ତ୍ର ଗୁଡ଼ିକରେ ଏହାକୁ ସନାତନୀୟ ଆର୍ଯ୍ୟ ସଂସ୍କୃତି ନବବର୍ଷ ବୋଲି ଧରାଯାଉଥିଲେ ହେଁ ଆମ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଏହାକୁ ଉତ୍କଳୀୟ ଚେତନା ଦିବସ ଭାବରେ ପାଳନ କରାଯାଇ ଆସୁଅଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଏହାକୁ ଭଦ୍ରକସ୍ଥ ସନ୍ଥିଆ ପ୍ରାଚୀନ କିମ୍ବଦନ୍ତି ବହନ କରିଥିବା ଶ୍ରୀମଦନ ମୋହନ ଜୀୟୁ ମଠ ପ୍ରାଙ୍ଗଣରେ ପାଳନ କରାଯିବ । ଏହି ସମାରୋହ ଉପଲକ୍ଷେ ପ୍ରଚାର ସମିତିର ଏକ ଆଲୋଚନା ବୈଠକ ପ୍ରଚାର ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗୀରଥି ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ସମିତିର ମୁଖ୍ୟ ଆବାହକ ଶ୍ରୀ ଶରତ କୁମାର ସାହୁ, ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ ପୂର୍ବକ ସମିତିର ପୂର୍ବ ବୈଠକର ବିବରଣୀ, ଆୟବ୍ୟୟ ଓ ମହାବିଷୁବ ସଂକ୍ରାନ୍ତିର ପ୍ରଚଳିତ କାର୍ଯ୍ୟକ୍ରମ ଉପସ୍ଥାପିତ କରିଥିଲେ । ଏହି ବୈଠକରେ ଶ୍ରୀ ମଦନ ମୋହନ ଜୀୟୁଙ୍କ ମଠାଧିଶ ଶ୍ରୀ ଆଶିଷ କୁମାର ଗୋସ୍ୱାମୀ, ସହ ଆବାହକ ଶ୍ରୀ ବାବୁଲାଲ ଦାସ, ଆଧ୍ୟାତ୍ମବାଦୀ ଶ୍ରୀ ଭାଗବତ ପୁହାଣ, ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ କୃପାସିନ୍ଧୁ ନାୟକ, ଅଧ୍ୟାପକ ଡ଼. ପ୍ରତାପ କୁମାର ପଣ୍ଡା, ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଅଗସ୍ତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ବଳ, ଧର୍ମପ୍ରାଣ ଶ୍ରୀମତୀ ପୁଷ୍ପଲତା ପଣ୍ଡା, ଶ୍ରୀମତୀ ଶକୁନ୍ତଳା ପଣ୍ଡା ପ୍ରମୁଖ ବହୁ ସେବକ ସେବିକା ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

SOURCE: ODIA PUA