Home national news oriya ମଣ୍ଡିରେ ଉଠୁନି ଧାନ, ଟୋକାନ କାଟିବା ଚିନ୍ତାରେ ଚାଷୀ

ମଣ୍ଡିରେ ଉଠୁନି ଧାନ, ଟୋକାନ କାଟିବା ଚିନ୍ତାରେ ଚାଷୀ

15
0

Source :- ODIA PUA

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମଣ୍ଡିରେ ପଡି ରହିଛି ହଜାର ହଜାର କୁଇଂଟାଲ ଧାନ । ମିଲର ମଣ୍ଡିରୁ ଧାନ ଉଠାଉ ନ ଥିବାରୁ ଧାନ କିଣା ବନ୍ଦ କଲାଣି ମଣ୍ଡି । ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ବିଭିନ୍ନ ମଣ୍ଡିରେ । ଓରାସାହି,ହରିଶପୁର, ଜଳେଶ୍ୱରପୁର ,ଜଳଧରପୁର, ମତୋ ଆଦି ସମବାୟ ସମିତିରେ ପାହାଡ଼ ଭଳି ଗଦା ହୋଇଛି ଧାନ ବସ୍ତା । ଆଉ ଅଧିକ ଧାନ କ୍ରୟ କରି ରଖିବା ପାଇଁ ଜାଗା ପାଉ ନାହାଁନ୍ତି ମଣ୍ଡି କର୍ତୃପକ୍ଷ । ଫଳରେ କେତେକ ସ୍ଥାନରେ ଧାନ କିଣିବା ବନ୍ଦ କଲେଣି ,ଏବେ ଟୋକାନ କାଟିବା ନେଇ ଚିନ୍ତାରେ ଚାଷୀ । ଏଥିପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

SOURCE: ODIA PUA