Home national news oriya ଭଦ୍ରକ ସାଳନ୍ଦୀ ନର୍ସିଂ ସ୍କୁଲର ବିଶ୍ୱ ନର୍ସିଂ ଦିବସ ପାଳିତ

ଭଦ୍ରକ ସାଳନ୍ଦୀ ନର୍ସିଂ ସ୍କୁଲର ବିଶ୍ୱ ନର୍ସିଂ ଦିବସ ପାଳିତ

2
0

Source :- ODIA PUA

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ନର୍ସମାନେ ହେଉଛନ୍ତି ଜୀବନରେଖାର ଅଦୃଶ୍ୟ ଯୋଦ୍ଧା। ସେମାନଙ୍କର ସେବା ଓ ତ୍ୟାଗ ଆମ ସମାଜକୁ ସୁସ୍ଥ ଓ ସୁଦୃଢ କରେ। ଏଣୁ ଏହି ଶ୍ରେଷ୍ଠ ପେଶାକୁ ଅନୁସରଣ କରୁଥିବା ଆଜିର ଯୁବପିଢି ନିଶ୍ଚିତ ଭାବେ ଭବିଷ୍ୟତରେ ଭାରତର ସ୍ୱାସ୍ଥ୍ୟସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଜି ଭଦ୍ରକ ଜିଲ୍ଲା ୱାର୍ଡ ନମ୍ବର ୭ ସାଳନ୍ଦୀ ହସ୍ପିଟାଲରେ ବିଶ୍ୱ ନର୍ସିଂ ଦିବସ ପାଳିତ ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ଶିତାଶୁ ଶେଖର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍‌ଘାଟନ ପୂର୍ବକ ବକ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଧାୟକ ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ସାଳନ୍ଦୀ ନର୍ସିଂ ସ୍କୁଲ ର ମୁଖ୍ୟ ଉର୍ମିଳା ପାତ୍ର ଏହି ବିଶ୍ୱ ନର୍ସିଂ ଦିବସର ଉଦ୍ଦେଶ୍ୟ ସଂପର୍କରେ ବୁଝାଇଥିଲେ। ଡାକ୍ତର ପ୍ରଭାସ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ବିଧାୟକ ଶ୍ରୀ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର କୃତିତ୍ୱ ପାଇଁ ମାନପତ୍ର ପ୍ରଦାନ କରିଥିଲେ।

SOURCE: ODIA PUA