Home national news oriya ଭଦ୍ରକ : ସାଇବର ଠକେଇ ମାମଲାରେ ୫ ଗିରଫ (ଫଟୋ ଅଛି)

ଭଦ୍ରକ : ସାଇବର ଠକେଇ ମାମଲାରେ ୫ ଗିରଫ (ଫଟୋ ଅଛି)

22
0

Source :- ODIA PUA

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଟି ସାଇବର କ୍ରାଇମ୍ ଘଟଣାରେ ଆଜି ସହରାଂଚଳ ଥାନା ପୁଲିସ୍ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସଂପର୍କରେ ସହରାଂଚଳ ଥାନାରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ପ୍ରଥମ ଘଟଣାଟି ଭଦ୍ରକ ସହରର ଜଗନ୍ନାଥପୁରରେ ଥିବା ଏଚଡିଏଫ୍‌ସି ବ୍ୟାଙ୍କ ମ୍ୟାନେଜର ଦେବାଶିଷ ପରିଡାଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଯାହା ପ୍ରାୟ ଦେଢ କୋଟି ଟଙ୍କା ଏକ ଆକାଉଂଟରେ ଟ୍ରାଞ୍ଜେକସନ ହୋଇଥିଲା। ପରବର୍ତୀ ସମୟରେ ଏହା ଏକ ମ୍ୟୁଲ ଆକାଉଂଟ ହିସାବରେ ବ୍ୟବହାର ହେଉଥିଲା। ଯାହା ସାଇବର ଫ୍ରଡ୍ ମାଧ୍ୟମରେ ଆସୁଥିବା ଟଙ୍କାକୁ ବିଭିନ୍ନ ଜାଗାକୁ ପଠାଯାଉଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱର ଜିଲା ଔପଦାର ଜଗବନ୍ଧୁ କେଶୀ ପ୍ରାୟ ୧.୫୬ କୋଟିର ସାଇବର ଫ୍ରଡ୍ କରିଥିଲେ। ଏବେ କ୍ରାଇମବ୍ରାଂଚ ପକ୍ଷରୁ ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ଯେଉଁ ଅପରେସନ ‘କବଚ’ ଚାଲିଛି, ସେହି ସମୟରେ ଅନେକ ଗୁଡିଏ ସନ୍ଦିଗ୍ଧ ଆକାଉଂଟକୁ ଯାଂଚ କରାଯାଇଥିଲା। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ପ୍ରାୟ ୯୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାଇବର ଠକେଇରେ ସଂପୃକ୍ତ ଅଛନ୍ତି। ସାରା ରାଜ୍ୟରେ ଏବେ ଅପରେସନ କବଚ ଚାଲିଥିବାବେଳେ ତାହା ଭଦ୍ରକରେ ମଧ୍ୟ ଜାରି ରହିଛି। ଭଦ୍ରକରେ ଏହିଭଳି ୮ଟି ମୁଲ୍ୟ ଆକାଉଂଟ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଥିବାବେଳେ ୬ ଜଣରୁ ଉର୍ଦ୍ଧ୍ୱ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ୨୦ ରୁ ଉର୍ଦ୍ଧ୍ୱ ଅଭିଯୁକ୍ତକୁ ବିଏନଏସ ଆକ୍ଟ ଅନୁସାରେ ନୋଟିସ୍ ପଠାଯାଇଛି। ଏହି ଦୁଇଟି ମାମଲା ନଂ ୬୯୪/୨୫ ଓ ଅନ୍ୟଟି ୧୭/୨୬ ଅଟେ। ଏହି ଦୁଇଟି ଘଟଣାରେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଏବଂ ଇନ୍ସିପେକ୍ଟର ମନୋହର ପାତ୍ର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଚନ୍ତି। ଏବଂ ଆଗାମୀ ଦିନରେ ଏହି ଧରପଗଡ ଜାରି ରହିବ ବୋଲି ଜଣାପଡିଛି। ଏହି ଘଟଣାରେ କେଶୀଙ୍କ ସହ ମୋଜାଫର ଖାନ୍ (୨୬), ରଂଜିତ ପଣ୍ଡା, ଦେବାଶିଷ ନାୟକ ଓ ସତ୍ୟରଂଜନ ଦାସଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

SOURCE: ODIA PUA