Home national news oriya ଭଦ୍ରକ ବ୍ୟାଙ୍କ ଅଧିକାରୀ ୫.୫୬ କୋଟି ଟଙ୍କା ହେରଫେର ମାମଲାରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ

ଭଦ୍ରକ ବ୍ୟାଙ୍କ ଅଧିକାରୀ ୫.୫୬ କୋଟି ଟଙ୍କା ହେରଫେର ମାମଲାରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ

15
0

Source :- ODIA PUA

ଭଦ୍ରକ, ୧୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜନ ସ୍କୁଲ ଫାଇନାନ୍ସ ବ୍ୟାଙ୍କ (ଭଦ୍ରକ) ଶାଖାର ମୁଖ୍ୟ ମାତୃପ୍ରସାଦ ମହାନ୍ତିଙ୍କୁ ସରକାରୀ ପାଣ୍ଠିର ବଡ଼ ଧରଣର ହେରଫେର ଅଭିଯୋଗରେ ଓଡିଶା ଭିଜିଲାନ୍ସ ଗିରଫ କରି ସ୍ପେଶାଲ୍ ଜଜ୍‌, ଭିଜିଲାନ୍ସ, କଟକଙ୍କ କୋର୍ଟକୁ ପଠାଇଛି। ଓଡିଶା ଭିଜିଲାନ୍ସର ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ମାତୃପ୍ରସାଦ ମହାନ୍ତି ଏବଂ ତାଙ୍କ ବାପା ପ୍ରଦୀପ କୁମାର ମହାନ୍ତି (ଯିଏ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଥାଇ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପୁନଃ ଅବସ୍ଥାପିତ)ବେଆଇନ ଭାବେ ହ୍ୟୁମାନ୍ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ (ଏଚ ଆର ଏମ ଏସ ) କୁ ପ୍ରବେଶ କରିଥିଲେ । ପ୍ରଦୀପ ମହାନ୍ତି ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକ (ପେନସନଭୋଗୀ)ଙ୍କ ଆଇଡିକୁ ଟାର୍ଗେଟ କରିଥିଲେ। ଏହି ଅବସରପ୍ରାପ୍ତ ବ୍ୟକ୍ତିମାନଙ୍କୁ ସେବାରେ “ସକ୍ରିୟ” ଦର୍ଶାଇ ରେକର୍ଡ ଜାଲ୍ କରି ସେମାନଙ୍କ ନାମରେ ମାସିକ ପେନସନ ବିଲ୍ ପ୍ରସ୍ତୁତ କରିଥିଲେ। ଏହି ପାଣ୍ଠି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବିଭିନ୍ନ ଶାଖାରେ ଥ?ିବା ତାଙ୍କର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଆକାଉଣ୍ଟକୁ ଏକାଧିକ କାରବାର ମାଧ୍ୟମରେ ପଠାଯାଇଥିଲା। ଏହି ଠକେଇ ପ୍ରାୟ ଛଅ ବର୍ଷ ଧରି, ନଭେମ୍ବର ୨୦୧୮ ରୁ ସେପ୍େଟମ୍ବର ୨୦୨୪ ପର୍ଯ୍ୟନ୍ତ ଚାଲିଥିଲା।ଯାହା ଫଳରେ ମୋଟ ୫,୫୬,୧୧,୪୯୫/- ଟଙ୍କା କ୍ଷତି ହୋଇଛି।ଏହି ଜାଲିଆତି ମାମଲାରେ ଅଭିଯୁକ୍ତ ମାତୃପ୍ରସାଦ ମହାନ୍ତି, ଶାଖା ମୁଖ୍ୟ, ଜନ ସ୍କୁଲ ଫାଇନାନ୍ସ ବ୍ୟାଙ୍କ, ଭଦ୍ରକ ଶାଖାଙ୍କ ବିରୁଦ୍ଧରେ କଟକ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୧୧/୨୦୨୬ ଇଉ /ଏସ ୧୩(୨) ଆର /ଡବ୍ଲୁ ୧୩ (୧)(ଏ ) ପି ସି (ଆମ୍ବେକମେଣ୍ଟ ଆକ୍ଟ ) ୨୦୧୮/୪୦୯/୪୭୭-ଏ /୧୨୦-୍ୱି ଆଇପିସି ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଛି।

SOURCE: ODIA PUA