Home national news oriya ଭଦ୍ରକରେ ବ୍ଲକ୍‌ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଦ୍ରକରେ ବ୍ଲକ୍‌ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

4
0

Source :- ODIA PUA

ଭଦ୍ରକ, ୨୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍‌ଯ ମହିଳା କମିଶନ ଓ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ସହିଦ୍ ସ୍ମୃତି ଭବନ, ଭଦ୍ରକ ଠାରେ ବ୍ଲକ୍‌ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହିଳାଙ୍କ ଅଧିକାର, ସୁରକ୍ଷା ଓ ଆଇନ ଜ୍ଞାନର ପ୍ରସାର ଉପରେ ଜୋର ଦେଇଥିଲେ। ଉଦଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ବାର୍ ଆଶୋସିଏସନ୍‌ର ଅଧ୍ୟକ୍ଷ ସନ୍ତୋଷ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରୂପାଲୀ ମିତ୍ର, କନ୍ସଲ୍ଟାଣ୍ଟ ଡା. ଏମ. ଟୁନା ସାହୁ, ବରିଷ୍ଠ ଅଧିବକ୍ତା ଶିବ ପ୍ରସାଦ ମହାନ୍ତି ଓ ସମାଜସେବୀ ଲଲାଟେନ୍ଦୁ ମହାନ୍ତି ରେସୋର୍ସ ପର୍ସନ୍ ଭାବେ ଯୋଗଦେଇଥିଲେ।ଅତିଥିମାନେ ଲିଙ୍ଗଗତ ବିଷମତା, ଘରୋଇ ହିଂସା, ମହିଳା ସୁରକ୍ଷା ଆଇନ ଓ ସରକାରଙ୍କ ବିଭିନ୍ନ ଯୋଜନା ସମ୍ବନ୍ଧରେ ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ। ବାଲ୍ୟବିବାହ ନିଷେଧ, ଯୌତୁକ ନିବାରଣ, ଘରୋଇ ହିଂସା ପ୍ରତିରୋଧ, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ପ୍ରତିଷେଧ, ଡାହାଣୀ ପ୍ରଥା ନିବାରଣ, ପୋକସୋ ଆଇନ ଓ ମାନବ ଚାଲାଣ ନିବାରଣ ଆଇନ ବିଷୟରେ ବିସ୍ତୃତ ଆଇନଗତ ସଚେତନତା କରାଯାଇଥିଲା। ଏହି ଅବସରରେ ବାଲ୍ୟବିବାହ ଓ ଶିଶୁ ସୁରକ୍ଷା ପାଇଁ ସାମୂହିକ ଶପଥ ପାଠ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ସ୍ୱୟଂ ସହାୟକ ଦଳ ସଦସ୍ୟା, ପଞ୍ଚାୟତିରାଜ ପ୍ରତିନିଧି, ସଖୀ ୱାନ୍ ଷ୍ଟପ୍ ସେଣ୍ଟର କର୍ମଚାରୀ, ଶକ୍ତି ସଦନ ସଭ୍ୟା, ସ୍ୱେଚ୍ଛାସେବୀ ସଂଗଠନ ପ୍ରତିନିଧି, ଯୁବ ପ୍ରତିନିଧି, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ସୁପରଭାଇଜରମାନଙ୍କ ସହ ୩୦୦ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ।

SOURCE: ODIA PUA