Home national news oriya ବିଜେପି ଜିଲା କାର୍ଯ୍ୟାଳୟରେ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ

ବିଜେପି ଜିଲା କାର୍ଯ୍ୟାଳୟରେ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ

4
0

Source :- ODIA PUA

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ସଂସ୍କୃତି, ଧର୍ମ ଓ ଜାତୀୟ ଅସ୍ମିତାର ସୁରକ୍ଷା କ୍ଷେତ୍ରରେ ବିଦେଶୀ ଆକ୍ରମଣକାରୀଙ୍କ ବିରୋଧରେ ଅଦମ୍ୟ ସଂଘର୍ଷ କରି ମାତୃଭୂମି ପ୍ରତି ଅତୁଟ ଶ୍ରଦ୍ଧା ଓ ସମର୍ପଣ ପ୍ରଦର୍ଶନ କରି ପ୍ରାଣବଳି ଦେଇଥିବା ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଜନଜାତି ଜନନାୟକ ବିର୍ସା ମୁଣ୍ଡାଙ୍କ ବଳିଦାନ ଚିରସ୍ମରଣୀୟ ହୋଇ ରହିଛି ବୋଲି ଆଜି ତାଙ୍କ ବଳିଦାନ ଦିବସରେ ବିଜେପିର ବରିଷ୍ଠ ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି। ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବଳିଦାନ ଦିବସରେ ଅନୁସୂଚିତ ଜନଜାତିର ଭଦ୍ରକ ଜିଲା ମୋର୍ଚ୍ଚା ସଭାପତି ନାରାୟଣ ଚନ୍ଦ୍ର ମୁର୍ମୁ ସଭାପତିତ୍ୱ କରିଥିଲେ। ବ୍ରିଟ୍ରିଶ ଶାସନର ଦାସତ୍ୱରୁ ମୁକ୍ତି ପାଇବା ନିମନ୍ତେ ବପ୍ଳବୀ ବିର୍ସା ମୁଣ୍ଡାମାନଙ୍କୁ ସଂଗଠିତ କରି କାର୍ଯ୍ୟ ଆରମ୍ଭ କରିଥିଲେ। ଜାଗିରଦାର, ଜମିଦାର ଠିକାଦାରମାନେ ସେତେବେଳେ ମୁଣ୍ଡା ତଥା ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ଓ ଶୋଷଣ ଚଳାଇ ଭୟଭୀତ କରି ରଖିଥିଲେ। ଏହିଭଳି ଏକ ସନ୍ଧିକ୍ଷଣରେ ମହାନ୍ ବିପ୍ଳବୀ ତଥା ସ୍ୱାଧୀନ ଚେତା ବିର୍ସା ମୁଣ୍ଡାଙ୍କର ଆବିର୍ଭାବ ଘଟିଥିଲା। ସେ ମୁଣ୍ଡା ସଂପ୍ରଦାୟର ନେତୃତ୍ୱ ନେବା ସଂଗେ ସଂଗେ ବ୍ରିଟ୍ରିଶ ଶାସନର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ। ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବୟସରେ ସହୀଦ ହୋଇଥିଲେ। ବିର୍ସାଙ୍କ ସହ ହଜାର ହଜାର ସଂଖ୍ୟକ ସଂଗ୍ରାମୀ ମୃତ୍ୟୁବରଣ କରିଥିଲେ। ସେ ‘ବିର୍ସା ଭଗବାନ’ ଭାବେ ଓଡ଼ିଶା ଓ ବିଭିନ୍ନ ରାଜ୍ୟରେ ଆଦିବାସୀ ସଂପ୍ରଦାୟଙ୍କ ମଧ୍ୟରେ ପୂଜା ପାଉଛନ୍ତି। ଆମ୍ଭେ ଗର୍ବିତ ଯେ ଆମ୍ଭ ମାତୃଭୂମିରେ ଏପରି ଜଣେ ତେଜସ୍ୱୀ ବୀର ସନ୍ତାନ ଜନ୍ମ ହୋଇଥିଲେ। ଗୋତି ତଥା କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ଯୋଦ୍ଧା ଭାବେ ତାଙ୍କର ନାମ ଭାରତ ଇତିହାସରେ ଯୁଗ ଯୁଗ ଧରି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ ବୋଲି ତାଙ୍କର ବଳିଦାନ ଦିବସରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜେପି ସଭାପତି ଭଗବାନ ପଣ୍ଡା, ବିଧାୟକଙ୍କ ପ୍ରତିନିଧି ଭାସ୍କର ଚନ୍ଦ୍ର ସାହୁ, ଉଷା ପାଢୀଙ୍କ ସମେତ ୬ଟି ମଣ୍ଡଳ ଓ ବୁଥ୍ ସଭାପତି ଓ କାର୍ଯ୍ୟକର୍ତା ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ସଭା ପ୍ରାରମ୍ଭରେ ତାଙ୍କର ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।

SOURCE: ODIA PUA