Home national news oriya ବାଳିକା ଆତ୍ମ ସୁରକ୍ଷା ଶିବିର ଉଦ୍‌ଯାପିତ

ବାଳିକା ଆତ୍ମ ସୁରକ୍ଷା ଶିବିର ଉଦ୍‌ଯାପିତ

3
0

Source :- ODIA PUA

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ଆନୁକୂଲ୍ୟରେ ବାଳିକା ଆତ୍ମ ସୁରକ୍ଷା ଶିବିର ୮ ଦିନ ଧରି ଚରମ୍ପା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଅଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମରେନ୍ଦ୍ର ଦାଶ ଗତ ୫ ତାରିଖରେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଆତ୍ମ ସୁରକ୍ଷା ଶିବିରର ପ୍ରଶିକ୍ଷିକା କବିତା ନାୟକ ଏବଂ ମନୋରମା ରାଉତ ବାଳିକାମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ ଓ ଏହାର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ମହାବିଦ୍ୟାଳୟର ବାଳିକାମାନେ ଏଥିରେ ଆନ୍ତରିକତାର ସହିତ ଅଂଶ ଗ୍ରହଣ କରିଥିଲେ। ଶିବିରଟି ଆଜି ଉଦ୍‌ଯାପିତ ହୋଇ ଯାଇଛି। ଉଦ୍‌ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମରେନ୍ଦ୍ର ଦାଶ ସଭାପତିତ୍ୱ କରି ଉକ୍ତ ଶିବିରର ଆଭିମୂଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ସ୍ନେହଲତା ହେମ୍ବ୍ରମ୍ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ସଭାଟିକୁ ସଫଳ କରାଇବାରେ ଅଧ୍ୟାପିକା ଫିରଦୋସ୍ ହୋସେନ, ଅଧ୍ୟାପକ ମନୋଜ କୁମାର ମହାଳିକ ସହଯୋଗ କରିଥିଲେ। ଏଥି ସହିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।

SOURCE: ODIA PUA