Home national news oriya ବର୍ଷା ଓ ମାଟିର ମିଳନ ପର୍ବ ରଜରେ ଭରି ରହିଥାଏ ପରମ୍ପରା ଓ ସଂସ୍କୃତିର ବାସ୍ନା,...

ବର୍ଷା ଓ ମାଟିର ମିଳନ ପର୍ବ ରଜରେ ଭରି ରହିଥାଏ ପରମ୍ପରା ଓ ସଂସ୍କୃତିର ବାସ୍ନା, ତିହିଡ଼ି ଯୁବମଂଚ ପକ୍ଷରୁ ରଜ ମହୋତ୍ସବ ଉଦ୍‌ଘାଟିତ

3
0

Source :- ODIA PUA

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାଟି ସହ ଜଡିତ ଥିବା ଓଡ଼ିଆ ସଂସ୍କୃତି, ପରମ୍ପରାର ପର୍ବ ରଜ ଅବସରରେ ଦଶମ ବାର୍ଷିକ ଦୁଇ ଦିନିଆ ‘ରଜ ମହୋତ୍ସବ’ ଅଗ୍ରଣୀ ସାମାଜିକ ସଂଗଠନ ତିହିଡ଼ି ଯୁବମଂଚଞ୍ଚ ପକ୍ଷରୁ ତିହିଡ଼ି ଟାଉନ ହଲ ପରିସରରେ ପହିଲି ରଜରେ ଉଦ୍‌ଘାଟିତ ହୋଇଯାଇଛି । ଗ୍ରାମାଂଚଳରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଲୋକ ଲୋଚନକୁ ଅଣାଯାଇ ପାରୁଛି ବୋଲି ବକ୍ତାମାନେ ମତ ରଖିଥିଲେ । ସଂଗଠନର ଉପଦେଷ୍ଟା ସମାଜସେବୀ ଶଚିକାନ୍ତ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା ରାଜକିଶୋର ବିଶ୍ୱାଳ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଅମରେଶ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ବରେଣ୍ୟ ଅତିଥି ଭାବେ ତିହିଡି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ , ସମ୍ମାନିତ ବକ୍ତା ଭାବେ ସାହିତ୍ୟିକ ଇଂ. ଅଭୟ ସୂତାର ଅନ୍ୟତମ ଅତିଥି ସଂଯୋଜକ ଆଇନଜୀବି ନୀଳମାଧବ ସେନାପତି ପ୍ରମୁଖ ଯୋଗ ଦେଇ ବର୍ଷା ଓ ମାଟିର ମିଳନ ପର୍ବ ରଜରେ ପରମ୍ପରା ଓ ସଂସ୍କୃତିର ବାସ୍ନା ଭରି ରହିଥାଏ ବୋଲି କହିଥିଲେ । ସଦସ୍ୟ ସୁବ୍ରତ ମିଶ୍ର ଅତିଥିଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ସଭାପତି କୈଳାସ ବେହେରା ଅତିଥି ପରିଚୟ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ନିରଞ୍ଜନ ବାରିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସାଂସ୍କୃତିକ ସଂଯୋଜକ ମନୋଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଜକିଶୋର ବିଶ୍ୱାଳ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମେଟ୍ରିକ ବ୍ଲକ ଟପ୍ପର ଶୋଭାନା ପ୍ରହରାଜ, ରଜନୀ କାନ୍ତ ଦାସ, ପ୍ରତୀକ୍ଷା ପ୍ରିୟ ଦର୍ଶନୀ ପଣ୍ଡା, ପ୍ରୀତମ କୁମାର ବଳଙ୍କୁ ‘ମେଧାସମ୍ମାନ’ ପ୍ରଦାନ କରାଯାଇଥିଲା । ଏହା ସହ ବିନାୟକ +୨ ଆବାସିକ ମହାବିଦ୍ୟାଳୟ ତରଫରୁ କୃତି ଛାତ୍ରଛାତ୍ରୀଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସାମାଜିକ ସଂଗଠନ, ରକ୍ତଦାତା ଓ ପ୍ରତିଭାଧାରୀ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ଅଳତା ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ଶୁଭଶ୍ରୀ ଲେଙ୍କା ପ୍ରଥମ, ରଚନା ସାହୁ ଦ୍ୱିତୀୟ, ମହିମା କବି ତୃତୀୟ କନିଷ୍ଠବର୍ଗରେ ସଂପୂର୍ଣ୍ଣା ନାୟକ ପ୍ରଥମ, ସୁଷମା ବଳ ଦ୍ୱିତୀୟ, ପ୍ରିୟାଂଶି ବେହେରା ତୃତୀୟ, ରଜର ରାଣୀ ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ଜ୍ୟୋସ୍ନାରାଣୀ ମହାଳିକ ପ୍ରଥମ, ଜେ. ଏନ ପ୍ରିୟଦର୍ଶନୀ ପରିଡା ଦ୍ୱିତୀୟ, ରୂପଶ୍ରୀ ରାଗିଣୀ ଦୀକ୍ଷିତି ତୃତୀୟ ସେହିପରି ପକନିଷ୍ଠ ବର୍ଗରେ ପ୍ରିୟାଂଶି ବେହେରା ପ୍ରଥମ, ସୁଷମା ବଳ ଦ୍ୱିତୀୟ, ସୁକନ୍ୟା ଦାଶ ତୃତୀୟ । କୃତୀ ପ୍ରତିଯୋଗୀଙ୍କୁ ପ୍ରେରଣା ପତ୍ର ଓ ଟ୍ରଫି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଏବଂ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରେରଣାପତ୍ର ପ୍ରଦାନ କରାଯାଇଥିଲା । ଅଳତାରେ ବିଚାରକ ଭାବେ କବାୟତ୍ରୀ ବିଶ୍ୱମୈତ୍ରୀ ନାୟକ, ଚିତ୍ର ଶିଳ୍ପୀ ଜୟନ୍ତ ନାୟକ ରଜର ରାଣୀରେ ବିଚାରକ ଭାବେ କବି ବିପ୍ଳବ ରଞ୍ଜନ ପତି ସହଯୋଗୀ ଭାବେ ବନ୍ଦେ ବିଶ୍ୱେଶ୍ୱରୀ ଦାସ ଉପସ୍ଥିତ ଥିଲେ । ସଂଗଠନ ପକ୍ଷରୁ ସମାଜସେବୀ ମନୋଜ ସେନାପତି, ରେଣୁବାଳା ନାଥ, ଦିଲ୍ଲୀପ ପତି ଜିତେନ୍ଦ୍ର ନାୟକ, ସୟଦ ରଫିକ, ସୌମ୍ୟଗୋପାଳ ନାୟକ, ଅଜିତ ଜେନା, ଅଲେଖ ବଳ, ନିଳାମ୍ବର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

SOURCE: ODIA PUA