Source :- ODIA PUA
ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱର୍ଗତ ବସନ୍ତ ନାୟକ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସ୍ୱର୍ଗତ ବସନ୍ତ ନାୟକ ଏକାଧାରରେ ଜଣେ ଲେଖକ, ସମାଜସେବକ, ବ୍ୟବସ୍ଥାପକ, ସୁସଂଗଠକ, ଶିକ୍ଷାପ୍ରେମୀ, କଳାପ୍ରେମୀ, କ୍ରୀଡ଼ାପ୍ରେମୀ ଓ ପରୋପକାରୀ ମଣିଷ ଥିଲେ। ଅନେକ ଅନୁଷ୍ଠାନ ନିଜ ହାତରେ ଗଢ଼ିଥିଲେ ଯାହା ତାଙ୍କୁ ଚିର ସ୍ମରଣୀୟ କରି ରଖିବ ବୋଲି ବରିଷ୍ଠ ନାଗିରକ ସଂଘ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଛି। ଲଲାଟେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଭାଗବତ କଲ୍ୟାଣ ମଣ୍ଡପରେ ପରିସରରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ତ୍ୟାଗଭୂମିର ସଭାପତି ଅଜୟ ନାୟକ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ. ଏମ. ଫାରୁକ,ଡ଼. ମନୀନ୍ଦ୍ର ମହାନ୍ତି, ଡ଼. ଗୋଲକ ସାହୁ, ଶିବ ପ୍ରସାଦ ଖାମୁରାଇ, ଚନ୍ଦ୍ରକାନ୍ତ ନାୟକ, ଶାନ୍ତନୁ ରାଉତ, ଶଶୀକାନ୍ତ ପାଢ଼ୀ, କମଳାକାନ୍ତ ସ୍ୱାଇଁ, ପବିତ୍ର ପାଣିଗ୍ରାହୀ, ଅଶୋକ ନାୟକ, ହରିଶ ଦାସ, ମହେଶ ଦାସ, ସୁଧାକର ରାଉତ,କମଳାକାନ୍ତ ସ୍ୱାଇଁ, ପ୍ରମୋଦ ରାୟ ଓ ଉପେନ୍ଦ୍ର ବାରିକ ପ୍ରମୁଖ ଦିବଂଗତ ବସନ୍ତ ନାୟକଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ।
SOURCE: ODIA PUA