Home national news oriya ବନ୍ତ ବଜାର କମିଟିର ନୀରବ ଶୋଭାଯାତ୍ରା

ବନ୍ତ ବଜାର କମିଟିର ନୀରବ ଶୋଭାଯାତ୍ରା

4
0

Source :- ODIA PUA

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ମଙ୍ଗଳବାର ଜମ୍ମୁକାଶ୍ମୀରର ପହଲଗାଓଁ ରେ ଆତଙ୍କବାଦୀଙ୍କ ଦ୍ୱାରା ଘଟିଥିବା ନରସଂହାରକୁ ବିରୋଧ କରି ଆଜି ବନ୍ତ ବଜାର କମିଟି ପକ୍ଷରୁ ନିରବ ଶୋଭାଯାତ୍ରା ବାହାରି ଥିଲା । ବଜାର କମିଟିର ସଭାପତି ବିଜୟ କୁମାର ନାୟକଙ୍କ ଆବାହକତ୍ୱରେ ସମ୍ପାଦକ ସେକ୍ କଦମ୍‌, କୋଷାଧ୍ୟକ୍ଷ ସନ୍ଦୀପ କୁମାର ଜେନା, ରଘୁନାଥ ରଣା, ସୌକତ୍ ଅଲ୍ଲୀ, ନୃସିଂହ ପରିଡା, ସେକ୍ ଅମିନ୍‌, ଗଜେନ୍ଦ୍ର ଲେଙ୍କା, ଆଲୋକ ନାୟକ ପ୍ରମୁଖ ବ୍ୟାନର ଓ ହାତରେ କ୍ୟାଣ୍ଡେଲ୍ ଧରି ଶୋଭାଯାତ୍ରାରେ ବାହାରି କେନ୍ଦୁଆପଦା ଛକ, ଥାନା ଛକ, ବସଷ୍ଟାଣ୍ଡ ହୋଇ ଫେରିଥିଲେ । ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ଅକାଳରେ ମୃତ୍ୟୁ ବରଣ କରିଥିବା ବେଳେ ଯାହା ସାରା ଦେଶକୁ ମର୍ମାହତ କରିଛି । ଏହି ଅମାନବୀୟ କାର୍ଯ୍ୟକୁ ଉଭୟ ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟର ବ୍ୟବସାୟୀ ମାନେ ଦୃଢ ନିନ୍ଦା କରି ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ଜଣାଇଛନ୍ତି ।

SOURCE: ODIA PUA