Home national news oriya ବଡ଼ ଧୁମଧାମରେ ପାଳିତ ହେଲା ମା’ ମଙ୍ଗଳାଙ୍କ ୧୨ତମ ବାର୍ଷିକ ଉତ୍ସବ

ବଡ଼ ଧୁମଧାମରେ ପାଳିତ ହେଲା ମା’ ମଙ୍ଗଳାଙ୍କ ୧୨ତମ ବାର୍ଷିକ ଉତ୍ସବ

18
0

Source :- ODIA PUA

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତ କଷଟି ଗ୍ରାମରେ ମା ମଙ୍ଗଳାଙ୍କ ଶକ୍ତିପୀଠ ରେ ୧୨ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏ ଅଂଚଳ ରେ ଏଇ ମଙ୍ଗଳାଙ୍କ ପୀଠ ଶକ୍ତି ପୀଠ ରୂପରେ ପରିଚିତ ବହୁ ଭକ୍ତ ତାର ମାନସିକ ପୂରଣ ପାଇଁ ଗୁଆ ପଇସା ବସାଇ ମାନସିକ ପୂର୍ଣ୍ଣ କରିଥାଏ। ଚଳିତ ଚୈତ୍ର ମାସ ୧ ଦିନ ବା ଇଂରାଜୀ ତା ୧୫. ୦୩ ଠାରୁ ୧୭. ୦୩ ପର୍ଯ୍ୟନ୍ତ ଏହା ପାଳିତ ହେବ. ତା ୧୫. ୦୩.ରିଖ ରବିବାର ଦିନ କଳସ ଯାତ୍ରା ଆରମ୍ଭ ହୋଇଥିଲା । ଏଇ କଳସ ଯାତ୍ରା ମନ୍ଦିର ନିକଟରୁ ବାହାରି କଷଟି ଗ୍ରାମ ନିକଟରେ ଥିବା ପବିତ୍ର କପାଳୀ ନଦୀ ରେ ବୁଡା ହୋଇ ଥିଲା ଘଂଟ ଘଂଟା ଶଙ୍ଖ ନାଦ ରେ ପୁରୀ ଉଠିଥିଲା ମା ଙ୍କ ପୀଠସ୍ଥଳ ବହୁ ସଂଖ୍ୟା ରେ ମା ଭଉଣୀ ମାନେ ଏଇ କଳସ ଯାତ୍ରା ରେ ଭାଗ ନେଇଥିଲେ। ମଙ୍ଗଳ ବାର ଦିନ ଯଂଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ସମାପନ ହୋଇଥିଲା ତା ୧୭ ରିଖ ବୁଧବାର ଦିନ ଯଂଜ୍ଞ ପୂର୍ଣ୍ଣାହୂତି। ଏହି ଉତ୍ସବ ରେ ସବୁ ଭକ୍ତଙ୍କ ପାଇଁ ଦିନ ୧ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ଓ ସବୁ ସନ୍ଧ୍ୟା ୭ ଘଟିକା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

SOURCE: ODIA PUA