Source :- ODIA PUA
ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ସନ୍ଧ୍ୟାରେ ହଠାତ୍ କାଳବୈଶାଖୀର ବର୍ଷା ଓ ପବନ ସାଙ୍ଗକୁ ବଜ୍ରାଘାତ ଘଟିଥିଲା । ଏଥିରେ ବନ୍ତ ବ୍ଲକ୍ ଚାରିଗାଁ ପଂଚାୟତ ପଣ୍ଡାପାଟଣା ଗ୍ରାମର ଚୈତନ୍ୟ ସେଠୀ ଙ୍କ ପାନ ଦୋକାନ ସଂମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି । ସୌଭାଗ୍ୟ ବଶତଃ ଦୋକାନୀ ଚୈତନ୍ୟଙ୍କ କୌଣସି କ୍ଷତି ହୋଇନାହିଁ । ଖବରପାଇ ଆଗରପଡାରୁ ଦମକଳ ଯାଇ ନିଆଁ ଲିଭାଇ ଥିଲା । ଅଗ୍ନିକାଣ୍ଡରେ ଦୋକାନର ସାମଗ୍ରୀ ସମେତ ସମସ୍ତ ଆସବାବ ପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି । ପ୍ରକାଶ ଥାଉକି ହଠାତ୍ ପବନ ହେବା ଯୋଗୁ ଅନେକ କ୍ଷୟକ୍ଷତି ଘଟିଥିବା ବେଳେ ଏକ ବିରାଟ କାୟ ଗଛ ଉପୁଡି ଆଗରପଡା-ବଉଳା ମୁଖ୍ୟ ରାସ୍ତାରେ ପଡିଥିବାରୁ ଘଟଣା ସ୍ଥଳରେ ଦମକଳ ପହଂଚିବାରେ ବିଳମ୍ବ ହୋଇଥିଲା ।
SOURCE: ODIA PUA