Home national news oriya ଫେବୃଆରୀ ୧୨ ଭାରତ ବନ୍ଦକୁ ସଫଳ କରିବା ପାଇଁ ଚାନ୍ଦବାଲିରେ ସଭା ଓ ଶୋଭାଯାତ୍ରା

ଫେବୃଆରୀ ୧୨ ଭାରତ ବନ୍ଦକୁ ସଫଳ କରିବା ପାଇଁ ଚାନ୍ଦବାଲିରେ ସଭା ଓ ଶୋଭାଯାତ୍ରା

8
0

Source :- ODIA PUA

ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ଚାଷୀ ଫସଲର ଉଚିତ୍ ଦର ପାଇଁ ଏମ୍ ଏସ୍ ସ୍ୱାମୀନାଥନ କମିଶନ ଙ୍କ ସୁପାରିଶ ଅନୁଯାୟୀ ଏମ୍ ଏସ୍ ପି ଯୁକ୍ତ ଆଇନ ପ୍ରଣୟନ କରିବା, ଭିବିଜି ରାମ ଜି ଆଇନ ବାତିଲ କରି ପୂର୍ବପରି ଏମ୍‌ଏନ୍‌ଆରଇଜିଏସ୍ କୁ କାର୍ଯ୍ୟକାରୀ କରିବା, ଛାତ୍ର ବିରୋଧି ବିକଶିତ ଭାରତ ଶିକ୍ଷା ପ୍ରତିଷ୍ଠାନ ବିଲ୍‌-୨୦୨୫ ପ୍ରତ୍ୟାହାର କରିବା, ବିଦ୍ୟୁତ୍ ସଂଶୋଧନ ବିଲ-୨୦୨୫ ବାତିଲ କରିବା, ବିହନ ବିଲ୍‌-୨୦୨୫ ବାତିଲ କରିବା, ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇକରଣ ବଂଦ କରିବା, ଜାତୀୟ ସଂପତି ବିକ୍ରି ବଂଦ କରିବା, ଶ୍ରମିକ ମାନଙ୍କ ମାସିକ ସର୍ବନିମ୍ନ ମଜୁରୀ ୨୬୦୦୦ ଟଙ୍କା ପ୍ରଦାନ କରିବା, ସମସ୍ତ ସ୍କିମ ଶ୍ରମିକ ମାନଙ୍କୁ ସ୍ଥାୟୀ ଶ୍ରମିକ ର ମାନ୍ୟତା ଦେବା, ରାଜ୍ୟ ଓ ଦେଶରେ ଭିଡହିଂସା ବଂଦ କରିବା, ଭାରତ- ଆମେରିକା ବାଣିଜ୍ୟ ଚୁକ୍ତି ବାତିଲ କରିବା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଆଦି ଦାବି ନେଇ ଓଡିଶା କୃଷକ ସଭା, ସିଆଇଟିୟୁ, ଏଆଇଟିୟୁସି, ୟୁଟିୟୁସି, ଚାଷୀ ମୂଲିଆ ସଂଘ ପକ୍ଷରୁ ମିଳିତ ଭାବେ ଏକ ସାଧାରଣ ସଭା ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥଙ୍କ ସଭାପତିତ୍ୱରେ ଚାନ୍ଦବାଲିସ୍ଥିତ ସହୀଦ ଭଗତ ସିଂ ପାଠାଗାର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଧାରଣ ସଭାରେ ଓଡିଶା କୃଷକ ସଭା ପୂର୍ବତନ ଜିଲ୍ଲା ସଭାପତି ନିରଞ୍ଜନ ପାଣି, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଭାପତି ଗୌରାଙ୍ଗ ଯେନା, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଚାନ୍ଦବାଲି ବ୍ଲକ ସଭାପତି ମଳୟ ଭୋଇ, ମହିଳା ନେତ୍ରୀ ପ୍ରତିଭା ପଣ୍ଡା, ଅଙ୍ଗନୱାଡି ସଂଘ ନେତ୍ରୀ କୁମୁଦିନୀ ଭୋଇ, ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ନେତ୍ରୀ ଅନ୍ନପୂର୍ଣ୍ଣା ସେଠୀ, ଓଡିଶା ଆଶାକର୍ମୀ ସଂଘ ନେତ୍ରୀ ଯଶୋଦା ସାହୁ, ଏଆଇଟିୟୁସି ଜିଲ୍ଲା ସଂପାଦକ ରମେଶ ଯେନା, ଏଆଇଟିୟୁସି ଚାନ୍ଦବାଲି ବ୍ଲକ ସଭାପତି ଗୌରହରି ମିଶ୍ର, ୟୁଟିୟୁସି ଜିଲ୍ଲା ସଭାପତି ରାମଚନ୍ଦ୍ର ଶଙ୍ଖୁଆ, ଶ୍ରମିକ ନେତା ନରେନ୍ଦ୍ର ବିଶ୍ୱାଳ, ଦଳିତ ନେତା ହାକିମ ଦାସ, ବରିଷ୍ଠ କୃଷକ ନେତା ବ୍ରହ୍ମାନନ୍ଦ ପରିଡା,ଚକ୍ରଧର ଦାସ, ଦିବାକର ସେନାପତି, ବିପ୍ରଚରଣ ସେଠୀ, ଚାଷୀ ମୂଲିଆ ସଂଘ ସଂପାଦକ ସୁଶାନ୍ତ ଜେନା ପ୍ରମୁଖ ବକ୍ତବ୍‌ଯ ପ୍ରଦାନ କରି ଆସନ୍ତା ଫେବୃଆରୀ-୧୨ ଭାରତ ବଂଦକୁ ଚାନ୍ଦବାଲି ବ୍ଲକରେ ସଫଳ କରିବା କୁ ଆହ୍ୱାନ ଜଣାଇଥିଲେ । ସଭା ପରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଗୁଡିକ ମିଳିତ ମଞ୍ଚ ପକ୍ଷରୁ ଏକ ଲାଲ୍ ଶୋଭାଯାତ୍ରା ସହୀଦ ଭଗତ ସିଂ ପାଠାଗାର ପାଖରୁ ବାହାରି ଚାନ୍ଦବାଲି ସହର ପରିକ୍ରମା କରି ଚାନ୍ଦବାଲି ପୁରୁଣା ବସଷ୍ଟାଣ୍ଡ ଠାରେ ଶୋଭାଯାତ୍ରା ଶେଷ ହୋଇଥିଲା । ଏହି ସଭା ଓ ଶୋଭାଯାତ୍ରାରେ ୩୦୦ ରୁ ଉର୍ଦ୍ଧ୍ୱ କୃଷକ, ଶ୍ରମିକ, କୃଷି ଶ୍ରମିକ, ଆଶାକର୍ମୀ, ପାଚିକା ସହାୟିକା, ଅଙ୍ଗନୱାଡି କର୍ମୀ ମାନେ ଅଂଶଗ୍ରହଣ କରିଥିଲେ ।

SOURCE: ODIA PUA