Home national news oriya ପ୍ରେମ ଦିବସରେ ମାତୃପିତୃ ଦିବସ ପାଳିତ

ପ୍ରେମ ଦିବସରେ ମାତୃପିତୃ ଦିବସ ପାଳିତ

27
0

Source :- ODIA PUA

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କୋଠାର ପଂଚାୟତ ମା ମଙ୍ଗଳା ପ୍ରାଙ୍ଗଣର ଠାରେ ଆଜି ଯାଦ୍ୱ ସଂଘ ତରଫରୁ ପ୍ରତିବର୍ଷ ଭଳି ଏଇ ବର୍ଷ ମାତୃ ପିତୃ ଦିବସ ପାଳିତ ହୋଇଯାଇଛି। ଏହି ଆୟୋଜିତ ସଭାରେ ଯାଦବ ସଂଘର ସମ୍ପାଦକ ମାଧବ ଖଟୁଆଙ୍କ ସଭାପତିତ୍ୱ ରେ ମାତୃ ପିତୃ ଦିବସ ଶୁଭାରମ୍ଭ ହୋଇଥିଲା। ଆଜି ଯେଉଁଠି ପାଶ୍ଚାୟତ ସଭ୍ୟତାର ଆଜିର ଯୁବ ପିଢି ଫେବୁୟାରି ୧୪ କୁ ପ୍ରେମ ଦିବସ ଭାବରେ ପାଳନ କରୁଛି ସେଠି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଯାଦବ ସଂଘ ମାତୃ ପିତୃ ଦିବସ ପାଳନ କରୁଛି। ଯାଦବ ସଂଘ ବହୁ ସମୟରେ ବୃକ୍ଷରୋପଣ ଠାରୁ ଆରମ୍ଭ କରି ବହୁ ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇ ଥାଏ। ଆଜିର ଯୁବ ପିଢୀ କୁ ଏକ ଦିଗଦର୍ଶନ ଦେବାରେ ଯାଦବ ସଙ୍ଗ ବହୁ କାର୍ଯ୍ୟ କର୍ମ କରି ଆସୁଛି। ଏହି ସଭାରେ ସଂମ୍ମାନିତ ଅତିଥି ରୂପେ ଅଂଶ ଗ୍ରହଣ କରିଥିଲେ ପ୍ରାଣବନ୍ଧୁ ବୋଇତି, ନଟବର ପୁଂଟିଆ, ନଦିଆ ଚାନ୍ଦ ପୁଂଟିଆ, ଦାମୋଦର ପୁଂଟିଆ, ପର୍ଶୁରାମ ପରିଡା, ଭଗବାନ ପୁଂଟିଆ, ବାସନ୍ତୀ ପୁଂଟିଆ ପ୍ରମୁଖ। ଶେଷରେ କୋଠାର ପଂଚାୟତର କୋଷାଧ୍ୟକ୍ଷ ଛାୟାକାନ୍ତ ପୁଂଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA