Home national news oriya ପାନୀୟ ଜଳ ଯୋଗାଣ: କର୍ମଚାରୀ ଅଭାବ ଓ ହ୍ରାସ ପାଉଥିବା ଜଳସ୍ତର ସାଜିଛି ବଡ଼ ବାଧକ,...

ପାନୀୟ ଜଳ ଯୋଗାଣ: କର୍ମଚାରୀ ଅଭାବ ଓ ହ୍ରାସ ପାଉଥିବା ଜଳସ୍ତର ସାଜିଛି ବଡ଼ ବାଧକ, ମାତ୍ର ୫ ଫିଟରରେ ଚାଲି କାମ

4
0

Source :- ODIA PUA

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ର ଧାମନଗର ବ୍ଲକର ୩୧ ଟି ପଂଚାୟତରେ ପାନୀୟ ଜଳ ସମସ୍ୟା ଚିନ୍ତାର କେନ୍ଦ୍ରବିନ୍ଦୁ ପାଲଟିଛି। ବ୍ଲକରେ ୨୬୭୬ଟି ନଳକୂପ ଓ ୬୦ ରୁ ଅଧିକ ସୌର ଜଳ ପ୍ରକଳ୍ପ ଥିଲେ ହେଁ, ରକ୍ଷଣାବେକ୍ଷଣ ଅଭାବରୁ ଅନେକ କାମରେ ଲାଗୁନି। ବସୁଧା ଯୋଜନାରେ ସବୁଆଡ଼େ ପାଇପ୍ ଯୋଗେ ପାଣି ପହଂଚାଇ ହୋଇନାହିଁ। ଅନେକ ସ୍ଥାନ ରେ ଉଚ୍ଚ ପାଣି ଟାଙ୍କୀ ଥିଲେବି ତାହା ଅଚଳ ହୋଇ ପଡ଼ିଛି। ଆଗକୁ ଖରା ର ତାତି ବଢିବାରେ ଲାଗିଚି ପାଣି ପାଇଁ ଲୋକ ମାନେ ଅନେକ ହଇରାଣ ହେଉଛନ୍ତି। ଅନେକ ଲୋକ ନଳକୂପ ଉପରେ ବି ନିର୍ଭର କରୁଛନ୍ତି। ହେଲେ ବ୍ୟବସ୍ଥାଗତ ତ୍ରୁଟି ସମସ୍ୟା ସମାଧାନ ପରିବର୍ତେ ସମସ୍ୟା ବଢାଇ ଦେଉଛି। ବିଭାଗୀୟ କର୍ମଚାରୀଙ୍କ ଅଭାବ ଧାମନଗର ବାସୀଙ୍କ ଶୋଷ ମେଂଟାଇବାରେ ବିଫଳ ହୋଇଛି।ଖୋଦ୍ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ନିଜ ନିର୍ବାଚନ ମଣ୍ଡଳୀ ରେ ପାନୀୟ ଜଳ ସମସ୍ୟା ବଢିବାରେ ଲାଗିଛି ଏବଂ କର୍ମ ଚାରି ଅଭାବ ରୁ ସମସ୍ୟା ଦ୍ୱିଗୁଣିତ ହୋଇଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ କର୍ମଚାରୀଙ୍କ ଅଭାବ ଦେଖା ଦେଇଛି।ପ୍ରକାଶ ଥାଉକି ପୂର୍ବରୁ ବ୍ଲକ ପାଇଁ ୧୬ ଜଣ ଫିଟର ଓ ଖଲାସୀ ଥିବା ବେଳେ ଏବେ ସେଥିମଧ୍ୟରୁ ୧୧ ଜଣ ଅବସର ନେଇ ସାରିଛନ୍ତି। ବର୍ତମାନ ମାତ୍ର ୫ ଜଣ କାର୍ଯ୍ୟ କରୁଥିବା ବେଳେ ନିକଟରେ ଆଉ ୨ ଜଣ ଅବସର ନେବେ। ଜଣେ ଜଣେ ଫିଟର କୁ ୬ ରୁ ୭ ଟି ପଂଚାୟତ ଦାୟିତ୍ୱ ଦିଆଯାଇଛି, ଯାହା ଫଳରେ ମରାମତି କାମ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ସ୍ଥାୟୀ କର୍ମଚାରୀ ନଥିବାରୁ ଅସ୍ଥାୟୀ ‘ସେଲ୍ଫ ଏମ୍ପ୍ଲୟଡ ମେକାନିକ’ଙ୍କ ଭରସାରେ ବିଭାଗ ଚାଲିଛି। ନଦୀ ଶଯ୍ୟା ମାନଂକ ରେ ବେଆଇନ ବାଲି ଉତୋଳନ ଯୋଗୁଁ ନଦୀ ଶୁଖି ଯିବା ସହ ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଉଛି। ୨୦୦୭ ମସିହା ପୂର୍ବରୁ ୩୦ ଫୁଟ ରେ ପାଣି ମିଳୁଥିବା ବେଳେ ଏବେ ସରକାରୀ ସ୍ତରରେ ୨୧୦ ଫୁଟ ଖୋଳି ଲେ ବି ପାଣି ମିଳୁନାହିଁ। ଫଳରେ ଲୋକେ ବ୍ୟକ୍ତିଗତ ଭାବେ ୨୫୦ ଫୁଟରୁ ଅଧିକ ଗଭୀରକୁ ବୋରିଂ କରିବାକୁ ବାଧ୍ୟ ହେଉଛନ୍ତି। ନଳକୂପଗୁଡ଼ିକରେ ଲୌହ ଅଂଶ ଅଧିକ ରହୁଥିବାରୁ ଯନ୍ତ୍ରପାତି ଶୀଘ୍ର ଖରାପ ହେଉଛି। ବହୁଳ ବ୍ୟବହାର ଯୋଗୁଁ ‘ୱାସର’ କଟିଯାଉଛି ଏବଂ ପ୍ଲଞ୍ଜର ଛିଡ଼ିଯାଉଛି। ନଳକୂପ ମରାମତି ପାଇଁ ଆବଶ୍ୟକ ଯନ୍ତ୍ରପାତି ବିଭାଗ ପାଖରେ ନରହି ପଂଚାୟତ ସରପଂଚଙ୍କ ଅଧୀନରେ ରହୁଛି। ଅନେକ ସମୟରେ ସରପଂଚ ମାନେ ଠିକ ସମୟରେ ସରଞ୍ଜାମ ଯୋଗାଉ ନଥିବାରୁ ଅଚଳ ନଳକୂପ ସେମିତି ପଡ଼ି ରହୁଛି। ଅନ୍ୟପଟେ କିଛି ଫିଟର ଶାସକ ଦଳର ନେତାଙ୍କ ଛତ୍ରଛାୟା ତଳେ ରହି କାମରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ବ୍ଲକର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସରକାର ନୂତନ ନୀତି ପ୍ରଣୟନ କରି ବା ସହ ଆବଶ୍ୟକୀୟ କର୍ମଚାରି ନିଯୁକ୍ତି ଦେବା ସହ ଯନ୍ତ୍ରପାତି ସିଧାସଳଖ ବିଭାଗ ନିକଟରେ ରଖିବା ଓ ଅଚଳ ପାଣି ଟାଙ୍କିକୁ ସଚଳ କଲେ ପାନୀୟ ଜଳ ର ସମସ୍ୟା ଦୂର ହୋଇ ପାରନ୍ତା ଅପର ପକ୍ଷେ ଜୈନିକ ଯନ୍ତ୍ରୀ ଦୀର୍ଘ ଦିନ ହେବ ଧାମନଗର ରେ ରହିବା ଦ୍ୱାରା ସରକାରୀ ଦଳ ର କିଛି କର୍ମୀ ଙ୍କ ହାତ ବାରିଶି ସାଜି ପାନୀୟ ଜଳ ସମସ୍ୟା କୁ ଦୁର କରୁନାହାନ୍ତି। ଏ ଦିଗରେ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ପାନୀୟ ଜଳ ସମସ୍ୟା ଦୂର କରିବାକୁ ବିଭିନ୍ନ ମହଲ ରୁ ଦାବି ହୋଇଛି।

SOURCE: ODIA PUA