Home national news oriya ନୂତନ୍ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଘାଟନ

ନୂତନ୍ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଘାଟନ

5
0

Source :- ODIA PUA

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କେନ୍ଦ୍ରୀୟ ସମବାୟ ମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ଅମିତ୍ ଶାହା ଜୀ ଙ୍କ ନୂତନ୍ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଘାଟନ ତଥା ୩,୨୭୫ କୋଟି ଟଙ୍କା ର ବିଭିନ୍ନ ପ୍ରକଳ୍ପ ର ଲୋକାର୍ପଣ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଟାଉନ୍ ହଲ୍ ଠାରେ ସମବାୟ ବିଭାଗ ତରଫରୁ ଜିଲ୍ଲା ର ଉପନିବନ୍ଧଂକ ଦୁଃଖିଆ ଟୁଡୁ ଙ୍କ ନେତୃତ୍ୱରେ ଭଦ୍ରକ ସହକାରୀ ନିବନ୍ଧକ ପ୍ରାଚିତା ଜେନା , ଭଦ୍ରକ ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦ୍ଦେଶକ ପ୍ରକାଶ ଜ୍ୟୋତି ମହାକୁଡ଼, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ରୋଗ ନିୟନ୍ତ୍ରଣ ଡାକ୍ତର ବିଜୟ କେତନ ପଟ୍ଟନାୟକ, ଉପସହକାରି ନିବନ୍ଧକ ସତ୍ୟ ପ୍ରକାଶ ସେଠୀ ପ୍ରଦୀପ ଉଜ୍ଜଳନ କରିଥିଲେ । ଏବଂ ଏହି କାର୍ଯକ୍ରମ ରେ ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ମୃତ୍ୟୁଞ୍ଜୟ ପଣ୍ଡା,ବରିଷ୍ଠ ସମାବାୟିତ ବସନ୍ତ କୁମାର ରଣା, ତପନ ପଣ୍ଡା, ଅଟଳ ନାୟକ, ଆଦିକନ୍ଦ ନାୟକ, ରାଜେନ୍ଦ୍ର ଖନ୍ଦେଇ, ଅରୁଣ ଉଦୟ ପାତ୍ର, ଭରତ ପାତ୍ର, ଗୌରାଙ୍ଗ ନାୟକ, ବୃନ୍ଦାବନ ଭଳ, ନାରାୟଣ ଜେନା ଓ ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏବଂ ୧୦୫ ଗୋଟି ସମବାୟ ସମିତି ର କର୍ମଚାରୀ ତଥା ଜିଲ୍ଲା ରୁ ବିଭିନ୍ନ ସମିତି ର ସଭାପତି ଭିଡିଓ କନଫରେନ୍ସିରେ ଉପସ୍ଥିତ ଥିଲେ।

SOURCE: ODIA PUA