Home national news oriya ନାରାୟଣ ସାହିତ୍ୟ ଗବେଷଣା ପରିଷଦର ସଭାପତି ବିଭୂତି ସେନାପତି ସମ୍ବର୍ଦ୍ଧିତ

ନାରାୟଣ ସାହିତ୍ୟ ଗବେଷଣା ପରିଷଦର ସଭାପତି ବିଭୂତି ସେନାପତି ସମ୍ବର୍ଦ୍ଧିତ

12
0

Source :- ODIA PUA

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ନାରାୟଣ ସାହିତ୍ୟ ଗବେଷଣା ପରିଷଦର ସଭାପତି ବିଭୂତି ଭୂଷଣ ସେନାପତି ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଉତ୍କଳ ଭାରତୀ ବିଦୂଷ ସଭା ଆନୁକୁଲ୍ୟରେ ଅନୁଷ୍ଠିତ ଦ୍ୱିତୀୟ ବାର୍ଷିକ ସମାରୋହରେ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ମାନପତ୍ର,ଉତରୀୟ ଓ ଅର୍ଥରାଶି ସହ ସମ୍ମାନିତ ହୋଇଛନ୍ତି । ସମଗ୍ର ଓଡ଼ିଶାରୁ ସଂଗୃହିତ ବହୁ ପୁସ୍ତକ ମଧ୍ୟରୁ ମାତ୍ର ୩୦ଖଣ୍ଡ ପୁସ୍ତକ ଚୟନ କରାଯାଇଥିଲା ।ସେଥିମଧ୍ୟରୁ ବିଭୂତି ଭୂଷଣଙ୍କ ପ୍ରବନ୍ଧ ବିସ୍ମୟ ପୁସ୍ତକ ପଂଚମ୍ ସ୍ଥାନରେ ରହିଥିଲା। ଉକ୍ତ ସଭାରେ ସଭାପତି ବିଶିଷ୍ଟ ସାହିତ୍ୟିକ ଇଂ ସୁଶାନ୍ତ କୁମାର ବଳ, ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଂସ୍କୃତି ବିଭାଗ ମୁଖ୍ୟ ନିର୍ଦ୍ଦେଶିକା ଦୀପ୍ତି ମୟୀ ମହାପାତ୍ର , ମୁଖ୍ୟବକ୍ତା ବିଶିଷ୍ଟ ସାହିତ୍ୟିକ ଡ ଗୋବିନ୍ଦ ଚାନ୍ଦ ସମ୍ମାନିତ ଅତିଥି ଡ ଦେବାଶିଷ ମହାପାତ୍ର ,ସାହିତ୍ୟିକା ଜ୍ୟୋତିର୍ମୟୀ ଦାସ,ସୌଦାମିନୀ ତ୍ରିପାଠୀ,ଇଂ ଲଡୁ କେଶ୍ୱର ପଡ଼ିଆରି,ଡ,ଜୟନ୍ତୀ ଜେନା,ଆଦିତ୍ୟ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ସହିତ୍ୟିକା ଉଷାରାଣୀ ଆଚାର୍ଯ୍ୟ ଓ ଅଧିବକ୍ତା ସୀମା କାନୁନଗୋ ମଂଚ ପରିଚାଳନାରେ ସହଯୋଗ କରିଥିଲେ ।

SOURCE: ODIA PUA