Home national news oriya ନାରାୟଣ ପ୍ରସାଦ କର ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଅବନ୍ତୀ କରଙ୍କ ଅକାଳ ବିୟୋଗ

ନାରାୟଣ ପ୍ରସାଦ କର ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଅବନ୍ତୀ କରଙ୍କ ଅକାଳ ବିୟୋଗ

6
0

Source :- ODIA PUA

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନାରାୟଣ ପ୍ରସାଦ କର ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ, ସମାଜ ସେବିକା ତଥା ବିଦୂଷିକା ମହିଳା ଅବନ୍ତୀ କରଙ୍କ ଅକାଳ ବିୟୋଗ ହୋଇ ଯାଇଛି। ସ୍ୱର୍ଗତା କର କବି, ସାହିତ୍ୟିକ , ପ୍ରଖ୍ୟାତ ବାସ୍ତୁଶାସ୍ତ୍ର ଓ ଜ୍ୟୋତିର୍ବିତ ତଥା ପୁରୋହିତାଚାର୍ଯ୍ୟ ସ୍ୱର୍ଗତ ନାରାୟଣ ପ୍ରସାଦ କରଙ୍କ ଧର୍ମପତ୍ନୀ ଓ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ପାଳସାହି ର ଅଧ୍ୟକ୍ଷ ନୀହାର ରଞ୍ଜନ କରଙ୍କ ମାତା ଅଟନ୍ତି। ପ୍ରକାଶ ଥାଉକି ସ୍ୱର୍ଗତା କର ଡାଇରିଆ ରେ ପୀଡ଼ିତା ହୋଇ ସୋରୋ ବ୍ଲକ ଅନ୍ତର୍ଗତ ଅନନ୍ତପୁର ସି. ଏଚ୍‌. ସି. ରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଯାଇଥିଲେ ମାତ୍ର ଚିକିତ୍ସା ଅବସ୍ଥାରେ ତାଙ୍କ ଫୁସଫୁସରେ ପାଣି ଜମି ଯିବାରୁ ନିଃଶ୍ୱାସ ନେଇ ନ ପାରି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ପାଖରେ ତାଙ୍କ ସାନପୁଅ ନୟନ, ମଝିଆଁ ବୋହୂ ସରୋଜିନୀ ଓ ଅନ୍ୟାନ୍ୟ ସମ୍ପର୍କୀୟ ଉପସ୍ଥିତ ଥିଲେ। ତାଙ୍କ ଦେହାନ୍ତ ଖବରପାଇ ଜ୍ୟେଷ୍ଠ ପୁତ୍ର ନୀହାର , ମଧ୍ୟମ ପୁତ୍ର ନୀରଦ ତାଙ୍କ ମରଶରୀର ପାଖରେ ପହଂଚିଥିଲେ। ନାରାୟଣ ପ୍ରସାଦ କର ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାର, ନାଟ୍ୟଶ୍ରୀ ନିର୍ମଳ ରାଉତ, ଆମ ମାତୃଭାଷା ପରିଷଦର ସମ୍ପାଦକ ଡା. ଅନିଲ କୁମାର ଦାଶ,ପୁର୍ବତନ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା, ଚିତ୍ର ଶିଳ୍ପୀ ନିରଞ୍ଜନ ନାୟକ, କବି ନାରାୟଣ ପାଢ଼ୀ, ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ, ଭୂମିକନ୍ୟା ମହିଳା ସଂଗଠନର ସଭାନେତ୍ରୀ ସଂଯୁକ୍ତା ବଳ, ସମାଜ ସେବୀ ବଳରାମ ପାଢ଼ୀ ପ୍ରମୁଖ ବହୁ ବ୍ୟକ୍ତିତ୍ୱ ତଥା ସ୍ୱର୍ଗତା କରଙ୍କୁ ଅନ୍ତିମ ଦର୍ଶନ କରିଥିଲେ। ସ୍ୱର୍ଗତା କରଙ୍କ ବିୟୋଗରେ ଶିକ୍ଷାବିତ ଡ. ରାଧାରାଣୀ ମହାପାତ୍ର, ପ୍ରାଧ୍ୟାପକ ଡ. ସମୀର କୁମାର ହୁଇ, ଗୀତିକବି ପୀତାମ୍ବର ମିଶ୍ର, ଅଧ୍ୟାପକ ନାସିର ବକ୍ସ, ଶିକ୍ଷାବିତ ଦୁଃଶାସନ ରାଉତ, କବି ଉମାକାନ୍ତ ରାଉତ, ସାହିତ୍ୟିକା ଗୀତା ରାଣୀ ଆଇଚ, ସଂଗଠକ ଓ କବି ଅମର ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷା ଅଧିକାରିଣୀ ସୁରୁଚି ପ୍ରଭା ଦାଶ, କବି ଓ ସଂଗଠକ ବାବୁଲାଲ ଦାସ ପ୍ରମୁଖ ବହୁ ବ୍ୟକ୍ତିତ୍ୱ ଶୋକ ବାର୍ତା ପ୍ରଦାନ କରିଛନ୍ତି।

SOURCE: ODIA PUA