Home national news oriya ଧାମରାରେ ବେଳାଭୂମି ପର୍ଯ୍ୟଟନ ବନାମ ଜେଟ୍ଟୀ, ତଟ୍ଟ ସୁରକ୍ଷା କେନ୍ଦ୍ର ସ୍ଥାପନ ସହ ରାଡାର କେନ୍ଦ୍ର...

ଧାମରାରେ ବେଳାଭୂମି ପର୍ଯ୍ୟଟନ ବନାମ ଜେଟ୍ଟୀ, ତଟ୍ଟ ସୁରକ୍ଷା କେନ୍ଦ୍ର ସ୍ଥାପନ ସହ ରାଡାର କେନ୍ଦ୍ର ସ୍ଥାପନା ନେଇ ପ୍ରଶ୍ନବାଚୀ

8
0

Source :- ODIA PUA

ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବାରସମୟ ଆସିଛି।ଏହି ପର୍ଯ୍ୟଟନ ଶିଳ୍ପରବିକାଶହୋଇ ପାରିଲେକେବଳ ପର୍ଯ୍ୟଟନ ମାନଚିତ୍ରରେ ନୁହେଁ ଦେଶର ଆର୍ଥିକ ଅଭିବୃଦ୍ଧିର ବିକାଶ ହେବ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ କେବେ ଚନ୍ଦନୀପାଳ ଠାରେ ବେଳାଭୂମିର ବିକାଶ ଅଥବା ମାଛ ଧରା ଜେଟ୍ଟୀ ଅଥବା ତଟ ସୁରକ୍ଷାବାହିନୀ ର ଅଫିସ ସହ ଏକ ରାଡାର କେନ୍ଦ୍ର ସ୍ଥାପନ ହେବ ସେ ନେଇ ପ୍ରଶ୍ନବାଚୀ ହୋଇପଡିଛି।ଗୋଟିଏ ପକ୍ଷରେ ଚନ୍ଦନୀପାଳ ଠାରେ ନିଜରଜିବୀକା ନିର୍ବାହ କରୁଥିବା ଶହ ଶହ ମତ୍ସ୍ୟଜିବୀ ମାଛ ଧରାଜେଟ୍ଟୀ କରିବା ପାଇଁ ଦାବୀକରି ଆସୁଥିଲେ। ରାଜ୍ୟ ସରକାର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବା ପରେ ଅର୍ଥର ଅଭାବ ରହିବାରୁ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରି ରହିଥିବା ବେଳେ କେନ୍ଦ୍ର ସରକାର ଆର୍ଥ ଅନୁମୋଦନ ମଧ୍ୟ କରିସାରିଛନ୍ତି। ମାତ୍ର ରାଜ୍ୟ ମତ୍ସ୍ୟବିଭାଗ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହି ଜେଟ୍ଟୀ ନିର୍ମାଣ କରିବା ପାଇଁ ଟେଣ୍ଡର ଚୁଡାନ୍ତ ପ୍ରକ୍ରିୟା ନେଇ ସାରିଛି। ପୁନଶ୍ଚ ଚନ୍ଦନୀପାଳର ଭୌଗୋଳିକ ସ୍ଥିତରେ ପରିବର୍ତନ ଆଶାକରାଯାଉଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଓଡିଶାର ଉପକୂଳ ସୁରକ୍ଷାକୁ କବେଳ ରାଜ୍ୟ ସରକାର ନୁହେଁ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଥିବା ବେଳେ ଚନ୍ଦନୀପାଳ ଠାରେ ଚନ୍ଦନୀପାଳଠାରେ ଥିବା ପ୍ରତିରକ୍ଷାକେନ୍ଦ୍ର ର ପୂର୍ବକୁ ୫୨ କି.ମି ଅଂଚଳକୁନେଇ ତଟ ସୁରକ୍ଷା ବାହିନୀ ତାହାର ଏକ ନିଜସ୍ୱ ରାଡାର କେନ୍ଦ୍ର ସ୍ଥାପନ କରିବା ସହ ନିଜର ଏକ ଅଫିସ ମଧ୍ୟ ସ୍ଥାପନା କରାଯିବାକୁ ସ୍ତିରୀକୃତ ହୋଇ ସାରିଛି। ସେହିପରି ୨୦୨୫ ମସିହାରେ ଚନ୍ଦନୀପାଳ ବେଳାଭୂମିରେ ପର୍ଯ୍ୟଟନ ର ବିକାଶକରିବା ପାଇଁ ପର୍ଯ୍ୟଟନ ଶଚିବ ବଳବନ୍ତ ସିଂ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ଗସ୍ତ ପରେ ବେଳାଭୂମି ପର୍ଯ୍ୟଟନ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ମଧ୍ୟ ଜଣାଯାଇଛି। ସବୁ କଳ୍ପନା ଜଳ୍ପନା କୁ ନେଇ ଚନ୍ଦନୀପାଳ ଠାରେ ବେଳାଭୂମି ପର୍ଯ୍ୟଟନ ପାଇଁ ସରକାର ଗୁରୁତ୍ୱ ଦେବେ ଅଥବା ଶହଶହ ମତ୍ସ୍ୟଜିବୀଙ୍କ ପରିବାର ର ପ୍ରତିପୋଷଣ ପାଇଁ ମାଛ ଧରା ଜେଟ୍ଟୀ ନିର୍ମାଣ ହେବ ଅଥବା ସବୁ ଚିନ୍ତାଧାରର ଶେଷରେ ଉପକୂଳ ସୁରକ୍ଷା ପାଇଁ ଏଠାରେ ତଟ ସୁରକ୍ଷା ବାହିନୀ ତାହାର ରାଡାର କେନ୍ଦ୍ର ସ୍ଥାପନ କରିବା ସହ ନିଜସ୍ୱ ଅଫିସ ଖୋଲିବ ତାହା ଦେଖିବାକୁ ବାକି ରହିଲା। ତଟ ସୁରକ୍ଷା ବନାମ ମତ୍ସ୍ୟଜିବୀ ବନାମ ବେଳାଭୂମି ପର୍ଯ୍ୟଟନ କାହାକୁ ସରକାର ଗୁରୁତ୍ୱ ଦେବେ ତାହା ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

SOURCE: ODIA PUA