Home national news oriya ଧାମନଗରରେ ବନ୍ଦ ଆଂଶିକ ସଫଳ

ଧାମନଗରରେ ବନ୍ଦ ଆଂଶିକ ସଫଳ

4
0

Source :- ODIA PUA

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ଦାବିନେଇ କରା ଯାଇଥିବା ବନ୍ଦ ଧାମନଗର ରେ ଆଂଶିକ ସଫଳ ହୋଇଛି। ଧାମନଗର ବଜାର ର ବିଜୁପଟ୍ଟନାୟକ ଛକ ଠାରେ ଜାତୀୟ କଂଗ୍ରେସ ଦଳ ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ର ନେତୃମଣ୍ଡଳୀ ଏବଂ ସମର୍ଥକ ମାନେ ରାସ୍ତା ଅବରୋଧ କରି ବସିଥିଲେ। ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କୃଷି କାର୍ଯ୍ୟାଳୟ, ଟ୍ରେଜେରି,ବ୍ୟାଙ୍କ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ଅନ୍ୟ ସମସ୍ଥ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ମାନ କର୍ମୀ ମାନଙ୍କ ଦ୍ୱାରା ବନ୍ଦ କରାଯାଇଥିଲା। ଆଜିର ଏହି ବନ୍ଦ ଡାକରା ରେ ସାମିଲ ହୋଇଥିଲେ ଧାମନଗର ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ଦଳର ପୂର୍ବତନ ନେତା ବାବା ହରେକୃଷ୍ଣ ସେଠୀ, ବ୍ଲକ କଂଗ୍ରେସ ର ସଭାପତି ରମେଶ ଚନ୍ଦ୍ର ବେହେରା . ଧାମନଗର ନଗର କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ସ୍ୱାଇଁ, ସାମ୍ୟବାଦୀ ନେତା ମହମ୍ମଦ ଜୈନୁଲ ଆବେଦିନ, ଚିନ୍ତାମଣି ବାରିକ,ବିକ୍ରମ କୁମାର ମହାପାତ୍ର,ସେକ ମାମା, ଗୟାଧର ସାହୁ, ଜିଲ୍ଲାନି ଖାଁ, ମୁନ୍ନା ପରିଡା, ବିପ୍ଳବ ଜେନା, ପ୍ରତାପ କୁମାର ଦାସ, ଶାନ୍ତିଲତା ନାୟକ, ଖାଜେ ମେହେମୁଦ ଏବଂ ଜଲାଲୁଦିନ ଖାଁ ଙ୍କ ସମେତ ଶତାଧିକ କର୍ମୀ ମାନେ । ଏହି ବନ୍ଦ ଡାକରା ରେ ସାମିଲ ହୋଇ ଥିବା ନେତୃ ମଣ୍ଡଳୀ ତଥା କର୍ମୀ ମାନେ ନିଜ ନିଜର ଦଳୀୟ ପତାକା ଧରି ବିଭିର୍ଣ୍ଣ ପ୍ରକାର ସରକାର ବିରୋଧୀ ସ୍ଲୋଗାନ ମାନ ଦେଇଥିଲେ । ବିଦୂତ ବିଲ ପ୍ରତ୍ୟାହାର, ମନରେଗା ଆଇନ କୁ ତୁରନ୍ତ ହଟାଇବା, ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ମାସକୁ ୨୬ ହଜାର ଟଙ୍କା ଘୋଷଣା କରିବା ଏବଂ ଶ୍ରମିକ ବିରୋଧୀ ଚାରିଟି ଶ୍ରମ କୋଡ଼ ପ୍ରତ୍ୟାହାର କରିବା ଇତ୍ୟାଦି ବିଭିର୍ଣ୍ଣ ପ୍ରକାର ନାରାବାଜି ଦେଇଥିଲେ ପୋଲିସ ପ୍ରଶାସନ ବିଭିନ୍ନ ସ୍ଥାନ ରେ ଉପସ୍ଥିତ ଥିଲେ।

SOURCE: ODIA PUA