Home national news oriya ଦେବରକୁଣ୍ଡ ମଣ୍ଡଳସ୍ତରୀୟ ସମାବେଶ

ଦେବରକୁଣ୍ଡ ମଣ୍ଡଳସ୍ତରୀୟ ସମାବେଶ

5
0

Source :- ODIA PUA

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦେବରକୁଣ୍ଡ ମଣ୍ଡଳରେ ଆୟୋଜିତ ମଣ୍ଡଳ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ଏକ ସ୍ୱଚ୍ଛ,ଉତରଦାୟୀ ଓ ଲୋକାଭିମୁଖୀ ଶାସନର ଗଠନ ପାଇଁ କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ୟରେ ୧ ବର୍ଷ ଅବଧିରେ ହାସଲ କରାଯାଇଥିବା ଗୌରବଜନକ ଉପଲବ୍ଧି ବିଷୟରେ ଅଭିଭାଷଣ ରଖିଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଏକ ନୂତନ ଓ ବିକଶିତ ଓଡ଼ିଶା ନିର୍ମାଣ ପଥରେ ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଂଟିଆ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

SOURCE: ODIA PUA