Home national news oriya ଥାନା ପରିସରରେ ସିଜ୍ ହୋଇ ଠିଆ ହୋଇଥିବା ଗାଡିରୁ ଚକ ଗାଏବ!

ଥାନା ପରିସରରେ ସିଜ୍ ହୋଇ ଠିଆ ହୋଇଥିବା ଗାଡିରୁ ଚକ ଗାଏବ!

7
0

Source :- ODIA PUA

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅନ୍ତର୍ଗତ ରାହାଞ୍ଜ ଗ୍ରାମ ପଂଚାୟତ ବାଇସା ସାହି ଗ୍ରାମରେ ପୂର୍ଣଚନ୍ଦ୍ର ନାୟକ ନାମକ ଏକ ବ୍ୟକ୍ତି ଯିଏକି ଏକ ଆଇଚର ଛଅ ଚକିଆ ଟ୍ରକ ଟିଏ କିଣି ଭଡା ରେ ଦେଇ ନିଜର ପରିବାର ପତିଷୋଷଣ କରିଆସୁଥିଲେ । ଗତ ୬/୭ ମାସ ପୂର୍ବରୁ ଟ୍ରକ ଡାଇଭର ଜଣଙ୍କ ଟ୍ରକ ମାଲିକ ପୂର୍ଣ୍ଣର୍ଚନ୍ଦ୍ର ନାୟକଙ୍କୁ ନଜଣାଇ ଭଡାରେ ଚୋରା କୋଇଲା ନେଇ ୧୬ନମ୍ବର ଜାତୀୟ ରାଜପଥ ଉପରକୁ ଯାଉଥିବା ବେଳେ କୈଣସି ସୂତ୍ରରୁ ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ପହଂଚି ଉକ୍ତ ଟ୍ରକ ଟିକୁ ଘଟଣା ସ୍ଥଳରୁ ଜବତ କରି ଗ୍ରାମାଂଚଳ ଥାନା ପରିସର କୁ ଆଣି ରଖିଥିଲା । ଉକ୍ତ ଟ୍ରକ ନାମରେ କେଶ୍ ଚାଲୁଥିବା ବେଳେ ଟ୍ରକ ମାଲିକ ପୂର୍ଣ୍ଣର୍ଚନ୍ଦ୍ର ନାୟକ କେଶ୍ ଲଢି ଥାନାରୁ ନିଜେ ବେଲ ହେବା ସହ ହାଇକୋର୍ଟ ରୁ ଟ୍ରକଟିକୁ ରିଲିଜ ଅର୍ଡର ପାଇବା ପରେ ଆଜି ଟ୍ରକ ମାଲିକ ପୂର୍ଣ୍ଣଚନ୍ଦ୍ର ନାୟକ ଗ୍ରାମାଂଚଳ ଥାନାକୁ ଟ୍ରକ ଟିକୁ ଆଣିବା ପାଇଁ ଯାଇଥିବା ବେଳେ ସେ ଦେଖିବାକୁ ପାଇଥିଲେକି ତାଙ୍କ ଛଅ ଚକିଆ ଟ୍ରକ ଟିରେ ପଛ ଦୁଇଟି ଚକ ସହ ଗାଡିରେ ଥିବା ଆଉ ଏକ ଅତିରିକ୍ତ ଚକଟି ନଥିବା ବେଳେ ଟ୍ରକ ଟି ପଥର ଉପରେ ରହିଛି । ଏହା ଦେଖି ଟ୍ରକ ମାଲିକ ଜଣଙ୍କ ଥାନା ବାବୁ ଙ୍କୁ ଜଣାଇ ବାରୁ ଥାନା ବାବୁ ନାଲି ଆଖି ଦେଇ କହିଥିଲେକି ଯଦି ତମ ଗାଡି ନେବ ନିଅ ନହେଲେ ଏଠାରୁ ପଳାଅ, ଆମେ କିଛି କରିପାରିବୁ ନାହିଁ । ଦେଖିବାକୁ ବାକି ରହିଲା ଯଦି ଥାନା ପରିସରରୁ ଠିଆ ହୋଇଥିବା ଟ୍ରକରୁ ଚକ ଚୋରି ହୋଇଛି । ଅନ୍ୟ ସ୍ଥାନ ମାନଙ୍କ ରେ କଣ ହେବ ଯାହା ଏବେ ସ୍ଥାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

SOURCE: ODIA PUA