Home national news oriya ତୃତୀୟ ବାର୍ଷିକ ମାନସ ମହାପାତ୍ର ସ୍ମାରକୀ ଦିବା-ରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ

ତୃତୀୟ ବାର୍ଷିକ ମାନସ ମହାପାତ୍ର ସ୍ମାରକୀ ଦିବା-ରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ

7
0

Source :- ODIA PUA

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ସହର ଉପକଣ୍ଠ ପାଂଚପଡା ରଙ୍ଗମହଲ ପଡିଆ ଠାରେ ତୃତୀୟ ବାର୍ଷିକ ମାନସ ମହାପାତ୍ର ସ୍ମାରକୀ ଦିବା-ରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟଅନୁଷ୍ଠିତ ହୋଇଛି। କ୍ରୀଡାବିତ୍ ମନୋରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ଆଥଲେଟିକ୍ ଆସୋସିଏସନ୍ ର ସଭାପତି ଅମୂଲ୍ୟ କୁମାର ରାଉତ, ସମ୍ମାନିତ ଅତିଥି ଧାମରା ଆଦାନୀ ପୋର୍ଟର ସହକାରୀ ମ୍ୟାନେଜର ପ୍ରକାଶ କୁମାର ନନ୍ଦ,ପ୍ରାକ୍ତନ ସି.ଆ.ର୍ସି.ସି ସୁଦର୍ଶନ ସ୍ୱାଇଁ,କ୍ରୀଡା ସଂଗଠକ ଦେବାଶିଷ ନାୟକ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସମୟରେ ଗ୍ରାମାଂଚଳରେ ଯୁବ ଖେଳାଳିମାନଙ୍କ ମଧ୍ୟରେ କ୍ରିକେଟ ଏକ ମୁଖ୍ୟ ଖେଳ ଭାବେ ଆଦୃତ ଲାଭ କରିଛି ଫଳରେ ଅନେକ ପ୍ରତିଭା ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ସ୍ଥିତି ଜାହିର କରିପାରିଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଟୁର୍ଣ୍ଣାମେଂଟରେ ମୋଟ ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ। ଉଦ୍ଘାଟନୀ ମ୍ୟାଚ ପ୍ରଗତି-୧୧ଓ ମଧୁପୁର-୧୧ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ପ୍ରଗତି-୧୧ ବିଜୟ ଲାଭ କରିଥିଲା।ଏହି ମ୍ୟାଚ୍ କୁ ଅମିତ୍ ସୂତାର ଓ ଜ୍ୟୋତି ପ୍ରକାଶ ରାଉତ ଅମ୍ପାୟାର୍ ଭାବେ ପରିଚଳନା କରିଥିବା ବେଳେ ସଦସ୍ୟ ତାପସ ରଂଜନ ମହାପାତ୍ର,ସାଇ ସ୍ପନ୍ଦନ ବଳ,ସଞ୍ଜୀବ କୁମାର ନାୟକ ଓ ଶୁଭମ୍ ମହାନ୍ତି ପ୍ରମୁଖ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଂଟକୁ ପରିଚାଳନା କରିଥିଲେ।

SOURCE: ODIA PUA