Home national news oriya ତିହିଡି ମହୋତ୍ସବ ଉଦଯାପିତ, କଣ୍ଠ ଶିଳ୍ପୀ ଅସୀମା ପଣ୍ଡାଙ୍କ ସଂଗୀତରେ ଝୁମିଲେ ଶ୍ରୋତା

ତିହିଡି ମହୋତ୍ସବ ଉଦଯାପିତ, କଣ୍ଠ ଶିଳ୍ପୀ ଅସୀମା ପଣ୍ଡାଙ୍କ ସଂଗୀତରେ ଝୁମିଲେ ଶ୍ରୋତା

9
0

Source :- ODIA PUA

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ମହୋତ୍ସବ ଶନିବାର ଉଦଯାପିତ ହୋଇଯାଇଛି। ତିହିଡ଼ି ମାଟିର ଅନ୍ୟତମ ଦାୟାଦ ତଥା ତିହିଡି ଶ୍ୟାମାକ୍ଲବ ଓ ମହୋତ୍ସବ କମିଟିର ପ୍ରାକ୍ତନ ସଦସ୍ୟ ସ୍ୱର୍ଗତ ପ୍ରଦୀପ୍ ଜେନା (ଅମର ଭାଇ) ମଂଚରେ ଆୟୋଜିତ ଏହି ସାଂସ୍କୃତିକ ମହାକୁମ୍ଭକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ମହୋତ୍ସବ କମିଟିର ସଭାପତି ସୋମନାଥ ପାଢ଼ୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ସଭାରେ ତିହିଡି ଚରସ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ସମେରେନ୍ଦ୍ର ନାଥ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ତିହିଡ଼ି ମାଟିର ବିଶେଷତ୍ୱ ସମ୍ପର୍କରେ ମତରଖି କହିଥିଲେ ଯେ, ” ପିଲାମାନଙ୍କ ପ୍ରତିଭା ଓ ସାମର୍ଥ୍ୟ ତାଙ୍କର ନିଜସ୍ୱ ଶକ୍ତି । ନକଲ କଲେ କିଛି ସମୟ ପାଇଁ ସଫଳତା ମିଳିପାରେ, କିନ୍ତୁ ସ୍ଥାୟୀ ସଫଳତା ମିଳେ ନିଜର ପରିଶ୍ରମ ଓ ସୃଜନଶୀଳତାରେ । ସେଥିପାଇଁ ଅନ୍ୟଙ୍କ ପଥ ଅନୁସରଣ ନୁହେଁ, ନିଜ ପଥ ସୃଷ୍ଟି କରି ନିଜ ପ୍ରତିଭାର ଆଲୋକରେ ଆଗକୁ ବଢିବା ହିଁ ପ୍ରକୃତ ସଫଳତା ବୋଲି କହିଥିଲେ।ଏହି ଅବସରରେ ମହୋତ୍ସବ କମିଟି ତରଫରୁ ତିହିଡି ଅଂଚଳର ଚିକିତ୍ସକ ଭାବରେ ନିଜକୁ ଗଢିତୋଳିଥିବା ଡା.ଗାୟତ୍ରୀ ନାୟକ,ଡା ବିକାଶ ଗୁପ୍ତା,ଡା ଚିରଞ୍ଜିବ ଦାସ,ଡା ଦେବଦତ ଦାଶ,ଡା ଭବାନୀ ଶଙ୍କର ନାୟକ,ଡା ସତ୍ୟମ ବିଶ୍ୱାଳ, ଡା କୌଶିକ ପୃଷ୍ଟି ଚିତ୍ରଶିଳ୍ପୀ ମହେଶ୍ୱର ସେଠୀ,ଚରସ ହାଇସ୍କୁଲ ଏନ୍‌.ସି.ସି ଗୃପ୍ ବ୍ୟାଡମିଟନ୍ ପ୍ରତିଯୋଗିତାରେ ରାଜ୍ୟସ୍ତରକୁ ଯାଇଥିବା ଦୁଇ ଛାତ୍ର ଶ୍ରୀମାନ ଓମ୍ ପ୍ରକାଶ ସେଠୀ ,ଶ୍ରୀମାନ ସାଇପ୍ରଦ ମାହୁନ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଆକର୍ଷଣ ଭାବେ ଓଲିଉଡ୍ ସଂଙ୍ଗୀତ ଜଗତର ଷ୍ଟାର କଣ୍ଠଶିଳ୍ପୀ ଅସିମା ପଣ୍ଡାଙ୍କ ସଂଗୀତରେ ଶ୍ରୋତା ଝୁମିଥିଲେ। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବଲାଙ୍ଗୀର୍ କଳାକାର ମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ଦର୍ଶକମାନଙ୍କ ମନ ଜିଣିଥିଲା। ଏଥିସହ ଡକ୍ଟର ଅମୂଲ୍ୟ ସେନାପତି,ବିସ୍ମୟ ବିହାରୀ ସାହୁ, ଯଯାତି କେଶରୀ ଦାସ ଏବଂ ଭଗବାନ ନାୟକଙ୍କ ସଂଚାଳନରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ଡ୍ୟାନ୍ସ ଗ୍ରୁପର ପିଲାମାନେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ଉପସଭାପତି ଡକ୍ଟର ଲକ୍ଷ୍ମୀଧର ତ୍ରିପାଠୀ ସଂଚାଳନ କରିଥିବା ବେଳେ ଯୁବ ଗାଳ୍ପିକ,ସମାଜସେବୀ,ଯୁବ ସଂଗଠକ କୈଳାସ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ, ସମ୍ପାଦକ ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି ମହୋତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ବିଶ୍ୱଜିତ୍ ବେହେରା ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବକୁ ସଫଳ କରିବାରେ ଧୀରେନ୍ଦ୍ର ସାହୁ, ଗିରିଜା ରମଣ ଜେନା, ପ୍ରଭାତ ଜେନା, ମନୋଜ ସେନାପତି, ସଚିକାନ୍ତ ନାୟକ, ପ୍ରିୟବ୍ରତ ପାଢ଼ୀ, ମନୋଜ ପାଣିଗ୍ରାହୀ, ପ୍ରତାପ ଜେନା, ବସନ୍ତ ମହାପାତ୍ର, ନୀଳମଣି ସାବତ, ମୃତ୍ୟୁଞ୍ଜୟ ଦାସ, ସଞ୍ଜୟ ଦାସ, ଶୁଭମ ସାର୍ଥକ ଜେନା ମିଡ଼ିଆ ସଂଯୋଜକ ନିରଞ୍ଜନ ବାରିକ, କୈଳାସ ବେହେରା, ବିସ୍ମୟ ବିହାରୀ ସାହୁଙ୍କ ସମେତ ସମସ୍ତ କର୍ମକର୍ତା ତଥା ତିହିଡ଼ି ବ୍ଲକର ସାମାଜିକ ସଂଗଠନର କର୍ମକର୍ତାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

SOURCE: ODIA PUA