Source :- ODIA PUA
ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ୧୪କେନ୍ଦ୍ରରେ ୨୯୩୬ଜଣ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେବେ ବୋଲି ଜଣାଯାଇଛି । ତଦନୁଯାୟୀ ବାଞ୍ଛାନିଧି ହାଇସ୍କୁଲ, ଜୟପୁରରେ ୨୬୬, ପବିତ୍ର ନଗର ହାଇସ୍କୁଲ, ତିଆଡ଼ିସାହିରେ ୧୯୨, ବାସୁଳୀ ହାଇସ୍କୁଲ, କାଁପଡ଼ାରେ ୧୭୪, ବୀଣାପାଣି ହାଇସ୍କୁଲ, ଗୁଆମାଳରେ ୧୪୩, ଚନ୍ଦ୍ରଶେଖର ରତ୍ନାକର ସହଯୋଗ(ସିଆରଏସ)ହାଇସ୍କୁଲରେ ୨୪୭, ସରକାରୀ ହାଇସ୍କୁଲ, ତିହିଡି଼ରେ ୨୦୬, କୋହ୍ଲ ହାଇସ୍କୁଲରେ ୧୮୨, ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ, ପୀରହାଟରେ ୧୭୫, ନାୟକଣୀ ହାଇସ୍କୁଲ, ବୋଡ଼କରେ ୧୧୭, ରାମାନୁଜ ବିଦ୍ୟାପୀଠ, ପାଳିଆବିନ୍ଧାରେ ୧୯୯, ରାମନାରାୟଣ ହାଇସ୍କୁଲ, ଦୋଳସାହିରେ ୨୦୬, ବୈଷ୍ଣବାନନ୍ଦ ବିଦ୍ୟାପୀଠ, ବାରବାଟିଆରେ ୨୬୦, ବିପିଏସ ହାଇସ୍କୁଲ, ଧୂଳିପଦାରେ ୩୦୯, ସାମନ୍ତରାୟ ହାଇସ୍କୁଲରେ ୨୬୦, ଗୁଆମାଳ ହାଇସ୍କୁଲରେ ମଧ୍ୟମା ୧୯ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ । ତିହିଡି଼ସ୍ଥିତ ସିଆରଏସ ହାଇସ୍କୁଲକୁ ନୋଡାଲ ସେଂଟର କରାଯାଇଛି । ସେଠାରେ ପ୍ରଶ୍ନପତ୍ର ପହଂଚି ଥିବାବେଳେ ଏହାକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ପରୀକ୍ଷା ଦିନ ୩ଟି ବିତରକ ଦଳ ମାଧ୍ୟମରେ ପ୍ରଶ୍ନପତ୍ର କେନ୍ଦ୍ରରେ ପହଂଚାଯିବ ବୋଲି ନୋଡାଲ ଅଧିକାରୀ ସମରେନ୍ଦ୍ର ନାଥ ମିଶ୍ର ସୂଚନା ଦେଇଛନ୍ତି ।
SOURCE: ODIA PUA



