Home national news oriya ତିହିଡିରେ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ,ଶ୍ରୀରାମଙ୍କ ଧ୍ୱନୀରେ ପ୍ରକମ୍ପିତ ହେଲା ଅଂଚଳ,ଶୋଭାଯାତ୍ରାରେ ଯୋଗଦେଲେ ୫୨ ପ୍ରଜ୍ଞାପନ...

ତିହିଡିରେ ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ,ଶ୍ରୀରାମଙ୍କ ଧ୍ୱନୀରେ ପ୍ରକମ୍ପିତ ହେଲା ଅଂଚଳ,ଶୋଭାଯାତ୍ରାରେ ଯୋଗଦେଲେ ୫୨ ପ୍ରଜ୍ଞାପନ ମେଢ଼, ପ୍ରସାଦ,ଟଙ୍କତୋରାଣି, ପଣା , ପାନୀୟଜଳ ବାଣ୍ଟିଲେ ବିଭିନ୍ନ ସଂଗଠନ

21
0

Source :- ODIA PUA

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ଶ୍ରୀରାମ ନବମୀ ସମିତି ପକ୍ଷରୁ ଶ୍ରୀରାମ ଦଶମୀ ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ୫୨ଟି ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରାରେ ଆସି ଶ୍ରୀରାମଙ୍କ ମନ୍ଦିର ନିକଟରେ ପହଞ୍ଚି ଥିଲା। ପ୍ରଜ୍ଞାପନ ମେଢ଼ ଶ୍ରୀରାମ ମନ୍ଦିର ନିକଟରେ ପହଞ୍ଚିବା ବେଳକୁ ରାତି ପାହି ସକାକ ହୋଇଯାଇଥିଲା। ପ୍ରତି ମେଢ଼ରେ ଶ୍ରୀରାମଙ୍କ ମୃଣ୍ମୟ ମୂର୍ତ୍ତିକୁ ସ୍ଥାପନା କରାଯିବା ସହ ମେଢ଼କୁ ସୁସଜ୍ଜିତ କରାଯାଇଥିଲା କ୍ଷ ରାତି ୮ଟାରେ ଥାନପତି ଭାବେ ପ୍ରଥମେ ତିହିଡି଼ ଗ୍ରାମରୁ ଶ୍ରୀରାମଙ୍କ ସୁସଜ୍ଜିତ ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରାଯାଇଥିଲା କ୍ଷ ପରେ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରୁ ପ୍ରଜ୍ଞାପନ ମେଢ଼ରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଶୋଭାଯାତ୍ରା ବାହାରିଥିଲା କ୍ଷ ଶ୍ରୀରାମ ଭକ୍ତମାନଙ୍କ ଜୟ ଶ୍ରୀରାମ ଧ୍ୱନିରେ ତିହିଡି଼ ଓ ଏହାର ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା କ୍ଷ ପରେ ପାରମ୍ପରିକ ବାଦ୍ୟ ଶୋଭାଯାତ୍ରାରେ ମଙ୍ଗରାଜପୁର ଗ୍ରାମରୁ ବାହାରିଥିବା ପ୍ରଥମ ମେଢ଼ ଭାବେ ଶ୍ରୀରାମଙ୍କ ମନ୍ଦିରରେ ପହଞ୍ଚିଥିଲା କ୍ଷ ପରେପରେ ବିଭିନ୍ନ ଅଞ୍ଚଳର ମେଢ଼ସବୁ ଶୋଭାଯାତ୍ରାରେଯାଇ ମନ୍ଦିରରେ ପହଞ୍ଚିଥିଲେ କ୍ଷ ଏହି ମହୋତ୍ସବ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା କ୍ଷ ଶନିବାର ସକାଳେ ଶ୍ରୀରାମଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ସହ ରାମାୟଣ ପାଠ କରାଯାଇଥିଲା କ୍ଷ ପୂଜକ ଭାବେ ରଘୁନାଥ ଦାସ ପୂଜା କାର୍ଯ୍ୟ ତୁଲାଇଥିଲେ କ୍ଷ ଅପରାହ୍ନରେ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିକୁ ମନ୍ଦିର ନିକଟରୁ ପାରମ୍ପରିକ ବାଦ୍ୟ ସହ ଶୋଭାଯାତ୍ରାରେ ନିଆଯାଇ ବଜାର ପରିକ୍ରମା କରାଯାଇଥିଲା କ୍ଷ ପରେ ସେହି ପ୍ରତିମୂର୍ତ୍ତିକୁ ମନ୍ଦିର ପ୍ରବେଶ ପଥ ଆରମ୍ଭରେ ସ୍ଥାପନ କରାଯାଇଥିଲା କ୍ଷ ପ୍ରଜ୍ଞାପନ ମେଢ଼ସବୁ ଶ୍ରୀରାମଙ୍କୁ ଦର୍ଶନ କରି ମନ୍ଦିର ଆଡକୁ ଅଗ୍ରସର ହୋଇଥିଲେ କ୍ଷ ସମିତି ପକ୍ଷରୁ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା କ୍ଷ ଏହି ଉତ୍ସବ ଅବସରରେ ମନ୍ଦିର ନିକଟରେ ଛତ୍ରଛାତ୍ରୀଙ୍କ ମଧ୍ୟରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କ୍ଷ ସନ୍ଧ୍ୟାରେ ମନ୍ଦିର ନିକଟରେ ସମିତି କର୍ମକର୍ତ୍ତା ବିଶ୍ୱଜିତ ବେହେରାଙ୍କ ସଞ୍ଚାଳନରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା କ୍ଷ ଏଥିରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, କଥାକାର ପବିତ୍ର ପାଣିଗ୍ରାହୀ, ଡ଼. ବିଶ୍ୱରଞ୍ଜନ ଦାସ,ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତି, ଭଦ୍ରକ ସାଂସ୍କୃତିକ ସମ୍ମେଳନ ସଭାପତି ଅଜୟ ନାୟକ, ଡ ଲଷ୍ମୀଧର ତ୍ରିପାଠୀ,ସୋମନାଥ ପାଢ଼ୀ, ବିଭୂତି ଭୂଷଣ ସେନାପତି,ଜୟନ୍ତ କୁମାର ନାୟକ,ଯଯାତି କେଶରୀ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ କ୍ଷ ଶ୍ରୀରାମ ଦଶମୀ ମହୋତ୍ସବରେ ଉଚ୍ଚଶିକ୍ଷା, କ୍ରୀଡା, ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭାଜପା ବରିଷ୍ଠ ନେତା ଦୀନବନ୍ଧୁ ପତି, ଧାମନଗର ଭାଜପା ପ୍ରଭାରୀ ବୁଦ୍ଧଦେବ ଜେନା, ସରପଞ୍ଚ କୁନ୍ତଳା ମଲିକ, ଭାଜପା ବରିଷ୍ଠ ନେତା ଦେବେନ୍ଦ୍ର ପୁହାଣ, ପ୍ରମୋଦ ଦାସ, ରଘୁନାଥ ମଲିକ, ଶରତ ଦାସ, ସୂର୍ଯ୍ୟ ନାରାୟଣ ଭୋଇ,ସନାତନ ସାହୁ,ଅଜୟ ମହାନ୍ତି,ଝରଣା ଜେନା ପ୍ରମୁଖ ଯୋଗ ଦେଇଥିଲେ କ୍ଷ ଏସପି ମନୋଜ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ଏସଆଇ, ଏଏସଆଇମାନେ ଓ ପୋଲିସ ଫୋର୍ସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ କ୍ଷ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ସରପଞ୍ଚ ଶୁଭ୍ର ନାରାୟଣ ସେଠୀ, ଭାଜପା ମଣ୍ଡଳ ସଭାପତି କେଶବ ବେହେରା, ଶ୍ରୀରାମ ନବମୀ ସମିତି ସଭାପତି କିଶୋର କୁମାର ନାୟକ, ସମ୍ପାଦକ ଯଯାତି କେଶରୀ ଦାସ, କୋଷାଧ୍ୟକ୍ଷ ନୀଳମଣି ସାବତ, ପି ହୃଷିକେଶ ,ଅଜୟ ନାୟକ,ଗଣେଷ କର,ଜୟପ୍ରକାଶ ବେହେରା, ପ୍ରଶାନ୍ତ ବଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କ୍ଷ ଏହି ଅବସରରେ ତିହିଡି ଯୁବମଞ୍ଚ,ଭଗବାନ ସ୍ମୃତି ପରିଷଦ, ପ୍ରଦେଶ ସେବା ସଂଗଠନ,ଜୀବନଜ୍ୟୋତି ସଂଗଠନ,ଗୋପବବଧୁ ସେବକସେନା, ଉତ୍କଳ ମଣି ସେବା ସଂଗଠନ, ମଣି ଶଙ୍କର ସେବାସଂଘ,ବିଷ୍ଣୁ ସେନା,ସମାଜ ସେବକ ବାହିନୀ,ଶ୍ରୀରାମ ସଂଗଠନ,ବଜାରଙ୍ଗବାଲି ୟୁଥ କ୍ଳବ,ଗୋପବନ୍ଧୁ ସେବା ସଂଘ ସହିତ ବିଭିନ୍ନ ସାମାଜିକ ସଙ୍ଗଠନ, ତିହିଡି଼ ପୋଲିସ ପକ୍ଷରୁ ପ୍ରସାଦ, ପଣା, ଟଙ୍କ ତୋରାଣି, ଲସି, ସର୍ବତ, ଚାହା ବିସ୍କୁଟ, ତରଭୁଜ ଇତ୍ୟାଦି ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରିଥିବା ବେଳେ କେତକ ସାମାଜିକ ସଂଗଠନ ଶ୍ରଦ୍ଧାଳୁଙ୍କ ପାଇଁ ଅସ୍ଥାୟୀ ବିଶ୍ରାମାଗାର କରିଥିଲେ।

SOURCE: ODIA PUA