Home national news oriya ତିଶଳପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ

ତିଶଳପୁର ବିଦ୍ୟାଳୟର ବାର୍ଷିକ ଉତ୍ସବ

16
0

Source :- ODIA PUA

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ତିଶଳପୁର ବିଦ୍ୟାଳୟର ୬୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଝୁରନବାଳା ଖୁଂଟିଆଙ୍କ ସଭାପତିତ୍ୱରେ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭଦ୍ରକର ଡେପୁଟି କଲେକ୍ଟର ଦେବବ୍ରତ ମହାପାତ୍ର ଯୋଗ ଦେବା ସଙ୍ଗେ ସଙ୍ଗେ ବି.ଏନ.ଏ କଲେଜ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ବିଶ୍ୱରଞ୍ଜନ ଦାଶ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ସେହିପରି ଶିକ୍ଷାବିତ୍ ଭାଗିରଥି ନାୟକ ପାଳିଆ କଲେଜ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ସରୋଜ କୁମାର ମହାପାତ୍ର ଆଦାନୀ ଫାଉଣ୍ଡେସନର ପ୍ରୋଜେକ୍ଟ ମ୍ୟାନେଜର ଭରତ ଚନ୍ଦ୍ର ରାଉତ, କଳିଙ୍ଗ ଟିଭି ର ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ସାମଲ, ରାହାଞ୍ଜ ପଂଚାୟତର ପୂର୍ବତନ ସରପଂଚ ପ୍ରହଲ୍ଲାଦ ପଣ୍ଡା, ରମ୍ଭିଳା ପଂଚାୟତର ସରପଂଚ ଗଣେଶ ଚନ୍ଦ୍ର ପଣ୍ଡା, ତିଶଳପୁର ସାଧନ କେନ୍ଦ୍ରର ସି.ଆର.ସି.ସି ଜୟନ୍ତ କୁମାର ଯେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାଧ୍ୟକ୍ଷ ଗୌରୀ ବଲ୍ଲଭ ପାଢ଼ୀ ପ୍ରଭୂତି ଜ୍ଞାନୀଗୁଣୀ ବ୍ୟକ୍ତି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଉପଦେଷ୍ଟା ତଥା ଆଲୁମନି କମିଟିର ସଭାଧ୍ୟକ୍ଷ ସ୍ୱର୍ଗତ ମୋଦନ ମୋହନ ପରିଡ଼ାଙ୍କ ପ୍ରତିମୂର୍ତିକୁ ମୁଖ୍ୟଅତିଥି ଅନାବରଣ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଦ୍ୟାଳର ‘ପ୍ରାଚୀର ପତ୍ର’ ଓ ‘ଚିତ୍ରକଳାପ୍ରାଚୀର ପତ୍ର’ “ତିଶଳୟା -୨୦୨୬”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପୂର୍ବତନ ସି.ଆର.ସି.ସି ଚନ୍ଦ୍ରକାନ୍ତ ଶୁକ୍ଳ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବାର୍ଷିକ ଉତ୍ସବ ମଂଚରେ ରାହାଞ୍ଜ ଗ୍ରାମପଂଚାୟତର ପୂର୍ବତନ ସରପଂଚ ପ୍ରହଲ୍ଲାଦ ପଣ୍ଡା ତଥା ଚରମ୍ପା ଅଂଚଳର ଯୁବ କଣ୍ଠଶିଳ୍ପୀ କୁମାରୀ ଇଷ୍ଟପ୍ରିୟା ଧିନ୍ଦା ଏହି ଦୁଇ ଜଣ ପ୍ରତିଭାଙ୍କୁ “ତିଶଳୟା ସମ୍ମାନ” ପ୍ରଦାନ କରାଯାଇଥିଲା । ବାର୍ଷିକ କ୍ରୀଡା ଉତ୍ସବରେ କୃତକାର୍ଯ୍ୟ ହୋଇଥିବା ଶିଶୁ ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ବିଦ୍ୟାଳୟର କୁନିକୁନି ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବତନ ସି.ଆର.ସି.ସି ପ୍ରଶାନ୍ତ କୁମାର ବାରିକ, ସୁରେନ୍ଦ୍ର ପଲ୍ଲାଇ, ମୀରାଲକ୍ଷ୍ମୀ ମହାନ୍ତି, ନିରୁପମା ପଣ୍ଡା, ମନୋଜ ଦାସ, ଦୀପକ ନାଏକ, ବଟକୃଷ୍ଣ ମହାପାତ୍ର, ସରୋଜ କୁମାର ବେହେରା ଆଦି ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ବିଜ୍ଞାନ ଶିକ୍ଷକ ବିଜୟ କୁମାର ଶୁକ୍ଳ ଧନ୍ୟବାଦ ଅର୍ପଣ କରିଥିଲେ ।

SOURCE: ODIA PUA