Home national news oriya ଡିଜେକୁ ନେଇ ଗୋଷ୍ଟି ସଂଘର୍ଷ,ଉଭୟ ପକ୍ଷରୁ ୧୨ ଆହତ, ୩ ଗୁରୁତର

ଡିଜେକୁ ନେଇ ଗୋଷ୍ଟି ସଂଘର୍ଷ,ଉଭୟ ପକ୍ଷରୁ ୧୨ ଆହତ, ୩ ଗୁରୁତର

2
0

Source :- ODIA PUA

ଭଦ୍ରକ,୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୁମ୍ଭ ବୁଡ଼ା ପାଇଁ ଆସିଥିବା ଡିଜେକୁ ନେଇ ଆଜି ଗୋଷ୍ଟି ସଂଘର୍ଷ ଘଟି ଉଭୟ ପକ୍ଷରୁ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡ଼କ ପଞ୍ଚାୟତ ଖରଦା ପାଟଣା ଗ୍ରାମରେ ଘଟିଛି ଏହି ଗୋଷ୍ଟି ସଂଘର୍ଷ। ଫଳରେ ଗାଁ ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କାଲି କୁମ୍ଭ ବୁଡ଼ା ପାଇଁ ଏହି ଗାଁ ର ପରିଡା ସାହି ର ଲୋକମାନେ ଗୋଟିଏ ଡିଜେ ଆଣିଥିଲେ। ହେଲେ ପଲାଇ ସାହିର ଲୋକ ମାନେ ତାହାକୁ ତାଙ୍କ ସାହି ଦେଇ ଛାଡି ନ ଥିଲେ। ଏହାକୁ ନେଇ ଗତ କାଲି ଗାଁ ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ତେବେ ଆଜି ସେହି ଡିଜେ ବଜାଇ ପରିଡା ସାହିର ଯୁବକ ମାନେ ହୋଲି ଖେଳୁଥିଲା ବେଳେ ପଲେଇ ସାହିର ଲୋକମାନେ ବିରୋଧ କରିଥିଲେ।ଏହାକୁ ନେଇ ହଟାତ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। ଫଳରେ ଉଭୟ ପକ୍ଷରୁ ୧୨ ଜଣ ଆହତ ହୋଇଛନ୍ତି। ୩ ଜଣ ଗୁରୁତରଙ୍କୁ ଭଦ୍ରକ ଡାକ୍ତରଖାନାକୁ ପଠା ଯାଇଛ। ଖବର ପାଇ ତିହିଡି ଥାନା ଅଧିକାରୀ ଭଦ୍ରକ ଏସପି ମନୋଜ ରାଉତଙ୍କ ଙ୍କ ନିର୍ଦେଶ ରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ନେଇ ଗାଁ ରେ ପହଂଚି ଶାନ୍ତି ବଜାୟ ରଖିବାର ପ୍ରୟାସ ଜାରି ରଖିଛନ୍ତି।

SOURCE: ODIA PUA